ଭୁବନେଶ୍ୱର,୩୧/୦୫/୨୦୨୬(ଓଡ଼ିଶା ସମାଚାର)-ଜୀବନ ସେବା ଫାଉଣ୍ଡେସନ ଓଡ଼ିଶାର ଏକ ଅଗ୍ରଣୀ ଅନୁଷ୍ଠାନ । ଏହି ଅନୁଷ୍ଠାନ ୭ବର୍ଷ ଧରି ଶିକ୍ଷା, ପରିବେଶ ସୁରକ୍ଷା, ଖାଦ୍ୟ ବଂଟନ, ରକ୍ତଦାନ, ସ୍ୱାସ୍ଥ୍ୟ ଶିବିର, ଟ୍ରାଫିକ୍ ସଚେତନତା, କମ୍ବଳ ବଂଟନ, ରଥଯାତ୍ରା ସେବା ଯୋଗାଇଦେବା ଭଳି ଉନ୍ନତିମୂଳକ କାର୍ଯ୍ୟ କରିଥାଆନ୍ତି । ଜୀବନ ସେବା ଫାଉଣ୍ଡେସନର ୭ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ରବିବାର ସକାଳ ୧୦ ଘଟିକା ସମୟରେ ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ମୁଖ୍ୟବକ୍ତା ଭାବେ ପରିବାର ପରାମର୍ଶଦାତା ଓ ମନସ୍ତତ୍ୱବିତ୍ ଶ୍ରୀଯୁକ୍ତ ନରୋତମ ଦାସ, ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ଆଇନଜୀବୀ ଶ୍ରୀମତୀ ମନସ୍ମିତା ଜେନା, ଓ.ଏ.ଆର.ସି.ର ମେଡିକାଲ୍ ମହାନିର୍ଦ୍ଧେଶକ ପ୍ରଫେସର (ଡା.) ଜ୍ୟୋତିରଂଜନ ପରିଡ଼ା, ସମାଜସେବୀ
ଶ୍ରୀଯୁକ୍ତ ଅଭିମନୁ୍ୟ ଦାସ, ସମାଜସେବୀ ଶ୍ରୀମତୀ ରୋଜାଲିନ୍ ପାଟ୍ଟସାଣୀ ପ୍ରମୁଖ ଯୋଗଦେଇ ସମାଜରେ ସାମାଜିକ କର୍ମୀଙ୍କ ଭୂମିକା ଓ ସୁନ୍ଦର ସମାଜ ଗଠନ କିପରି ହୋଇପାରିବ ସେ ଉପରେ ମତବ୍ୟକ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ସାମାଜିକ ଅନୁଷ୍ଠାନ, ବ୍ୟକ୍ତିବିଶେଷ, କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜୀବନ ସେବା ଫାଉଣ୍ଡେସନ’ ପକ୍ଷରୁ ଆତ୍ମନିର୍ଭରଶୀଳ ପାଇଁ ଜଗତ୍ସିଂହପୁର ଜିଲାର ଝିଲି ନାୟକଙ୍କୁ ୫୦୦୦ଟଙ୍କା ଓ ଭୁବନେଶ୍ୱରର ନୀଳାଚଳ ପାତ୍ରଙ୍କୁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।
ବିଶେଷକରି ହାପିନେସ୍ ଫାଉଣ୍ଡେସନ୍-ପୁରୀ, କଳିଙ୍ଗ ଗୋଶାଳ-ଭୁବନେଶ୍ୱର, କଲ୍ୟାଣ ଚାରିଟେବୁଲ୍ ଟ୍ରଷ୍ଟ-କଟକ, ୟୁଥ୍ ଫର ଫଲୁ୍ୟନ୍ଟାରୀ ୱାର୍କ-ଭୁବନେଶ୍ୱର, ହେଲଫ ଇଣ୍ଡିଆ-ଭୁବନେଶ୍ୱର, ଲାଇଭ୍ ସେଭର୍ସ ଗୃପ୍ ଟ୍ରଷ୍ଟ- କେନ୍ଦୁଝର, ମଦରଟେରେସା ଟ୍ରଷ୍ଟ-ନୂଆପଡ଼ା, ଉତ୍କଳ ସୁପୁତ୍ର ଚାରିଟେବୁଲ୍ ଟ୍ରଷ୍ଟ-ଜଗତସିଂହପୁର, ଆଦର୍ଶ ଯୁବ ପରିଷଦ-ସୋର, ସମାଜସେବୀ ଆଶାଭଂସିକା-ରାୟଗଡ଼ା, ସିଲଭରସିଟି କଟକ-କଟକ, ସାହା ଚାରିଟେବୁଲ୍ ଟ୍ରଷ୍ଟ, ଉମିଦେ-ଭୁବନେଶ୍ୱର, ଆସୋସିଏସନ୍ ଅଫ୍ ଟୁ୍ୟଇଟର ଆକ୍ଟିଭିଟି-ପୁରୀ, ବିଶ୍ୱଜିତ୍ ମୋଟିଭେସନାଲ୍-ଭୁବନେଶ୍ୱର, ସମାଜସେବୀ ହରପି୍ରୟା ନାୟକ, ଗୋପବନ୍ଧୁ ଚାରିଟେବୁଲ୍ ଟ୍ରଷ୍ଟ-ଗଞ୍ଜାମ, ସମାଜସେବୀ ନରେନ୍ଦ୍ର ଗରଡ଼ା, ଗୋଲାପି ଚାରିଟେବୁଲ୍ ଫାଉଣ୍ଡେସନ୍-ବଲାଙ୍ଗୀର, ହେଲପ୍ ଟୁ ହେଲପ୍, ୟୁନିଟ୍୧ -ଭୁବନେଶ୍ୱର, ମନର ଭାଷା ପରିବାର, ବିଶିଷ୍ଟ ସମାଜସେବୀ ଗଗନ ପାଇଟାଲ୍, ନେକ୍ସସ୍ ହେଲପ୍ ଫାଉଣ୍ଡେସନ-ନିମାପଡ଼ା, ସମାଜସେବୀ ବିମଳେନ୍ଦୁ ଦାସ, ସମାଜସେବୀ ପ୍ରକାଶ କୁମାର ନାୟକ, ସେବା ଫାଉଣ୍ଡେସନ-ଜଗତ୍ସିଂହପୁର ପ୍ରମୁଖ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ “ଗୋପବନ୍ଧୁ ସେବା ସମ୍ମାନ-୨୦୨୬” ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜୀବନସେବା ଫାଉଣ୍ଡେସନର ସମସ୍ତ କର୍ମକର୍ତା ଓ ହିତାକାଂକ୍ଷୀ ଯୋଗଦେଇଥିଲେ । ସର୍ବଶେଷରେ ଇଭେଂଟ ମ୍ୟାନେଜର ସୁଜିତ୍ ନାୟକ ଓ ସମ୍ପାଦକ ସନାତନ ଚୌଧୁରୀ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।
