କୃଷି ଇଞ୍ଜିନିୟରିଙ୍ଗ ଏବଂ ଯାନ୍ତ୍ରିକ ମହାବିଦ୍ୟାଳୟର ୧୯୮୧ ବ୍ୟାଚ ପାସ୍ ଆଉଟ୍ ଛାତ୍ରମାନଙ୍କର ବନ୍ଧୁ ମିଳନ

ଭୁବନେଶ୍ୱର, ୧୮/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୂବନେଶ୍ବର ସ୍ଥିତ କୃଷି ଇଞ୍ଜିନିୟରିଙ୍ଗ ଏବଂ ଯାନ୍ତ୍ରିକ ମହାବିଦ୍ୟାଳୟର ୧୯୮୧ ବ୍ୟାଚ ପାସ୍ ଆଉଟ୍ ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ ସ୍ଥାନୀୟ ହୋଟେଲ ରାଜ୍ ଇନ୍ ଠାରେ ତା ୧୭-୧୨-୨୦୨୫ରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ସୁଦୂର ଯୁକ୍ତରାଷ୍ଟ୍ର ଆମେରିକା, ଫୋର୍ଟ ଭାଲି କୃଷି ବିଶ୍ୱବିଦ୍ୟାଳୟର କାର୍ୟ୍ୟରତ ପ୍ରଫେସର ଡକ୍ଟର ଅଜିତ କୁମାର ମହାପାତ୍ର, ଜାତୀୟ ମତ୍ସ୍ୟଜୀବୀ ସମବାୟ ପ୍ରତିଷ୍ଠାନର ପ୍ରାକ୍ତନ ପରିଚାଳନା ନିର୍ଦ୍ଦେଶକ ଇଂ ବିମଳ କୁମାର ମିଶ୍ର, ଓଡିଶା ଉଠା ଜଳସେଚନ ନିଗମର ପ୍ରାକ୍ତନ କାର୍ୟ୍ୟ ନିର୍ବାହୀ ନିର୍ଦ୍ଦେଶକ ଇଂ ହିମାଦ୍ରୀ ଶେଖର ରାୟ, ରାଜ୍ୟ ବିଜ୍ଞାନ ଏବଂ ବୈଷୟିକ ବିଭାଗର ପ୍ରାକ୍ତନ ବରିଷ୍ଠ ବୈଜ୍ଞାନିକ ଇଂ ପ୍ରଦୀପ୍ତ କୁମାର ବେଉରା, ରାଜ୍ୟ ମୃତ୍ତିକା ସଂରକ୍ଷଣ ତଥା ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ପ୍ରାକ୍ତନ ଅଧିକାରୀ ଇଂ ବ୍ରଜବନ୍ଧୁ ପାଣିଗ୍ରାହୀ, ଓଡିଶା ଉଠା ଜଳସେଚନ ନିଗମର ପ୍ରାକ୍ତନ ନିର୍ବାହୀ ଯନ୍ତ୍ରୀ ଇଂ ଶ୍ରୀରାମ ପଣ୍ଡା, ଇଂ ବିଦ୍ୟାଭୂଷଣ ନାୟକ, ଇଂ ଜିତେନ୍ଦ୍ରିୟ ମହାପାତ୍ର,ଇଂ ନିରଞ୍ଜନ ବିଶ୍ଵାଳ, ଇଂ ଦେବେନ୍ଦ୍ର କୁମାର ସାହୁ ଏବଂ ଇଂ ବିଜୟ କୁମାର ନାୟକ ଇତ୍ୟାଦି।

୧୯୭୭ ମସିହାରେ ଓଡିଶାର କୋଣ ଅନୁକୋଣରୁ ତଥା ନାଗାଲାଣ୍ଡ ଓ ମଣିପୁରରୁ ଆସି ଭୁବନେଶ୍ବରରେ ଏକତ୍ରିତ ହୋଇଥିବା ତରୁଣ ଛାତ୍ରମାନେ ସମୟକ୍ରମେ ଯୁବ ଇଞ୍ଜିନିୟର ପାଲଟି ଫେରି ଯାଇଥିଲେ କର୍ମକ୍ଷେତ୍ରକୁ । ଏବେ ସମୟ ସ୍ରୋତରେ ସମସ୍ତେ ପ୍ରୌଢ, ଅଥଚ ଉଚ୍ଛଳ ତାରୁଣ୍ୟ ଏବେବି ଜୀବନ୍ତ। ସେହି ତାରୁଣ୍ୟର ସ୍ମୃତିଚାରଣ ପାଇଁ ସମସ୍ତେ ପ୍ରତିଶୃତିବଦ୍ଧ। ସେଥିପାଇଁ ଏକତ୍ରିତ ହୁଅନ୍ତି, ସ୍ମୃତି ସିନ୍ଧୁକ ଖୋଲି ଭରପୁର ମଜା ନିଅନ୍ତି, ପୁଣି କିଛି ନୂଆ ଅନୁଭବକୁ ସ୍ମୃତି ସିନ୍ଧୁକରେ ସାଇତି ରଖି ବାହୁଡନ୍ତି, ଆଉଥରେ ଏକତ୍ରିତ ହେବାର ପ୍ରତିଶୃତି ସହ। ଏଥର ବି ତାହାହିଁ ଘଟିଥିଲା। କାର୍ୟ୍ୟକ୍ରମକୁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ ଇଂ ଶ୍ରୀରାମ ପଣ୍ଡା।

Leave a Reply

Your email address will not be published. Required fields are marked *