ଜଗତସିଂହପୁର,୧୬/୧୨/୨୦୨୪ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୨/୧୨/୨୪ ତାରିଖ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ରେ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ପାଣି ପଞ୍ଚାୟତ ରଥ ର ଶୁଭ ଉଦଘାଟନ କରିବେ। ଜିଲ୍ଲାରେ ଅଧିକରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି।ଆମ ଜିଲ୍ଲାରେ ମେନ୍ କେନାଲ ତାଳଦଣ୍ଡା, ମାଛଗାଁ, ଡିସଟ୍ରିବ୍ୟୁଟରି, ମାଇନର,ସବ ମାଇନର କେନାଲ ରହିଛି।ଏହି ସଚେତନତା ର ବାର୍ତ୍ତା ରେ ସୁସଜ୍ଜିତ ରଥ ପାଣି ପଞ୍ଚାୟତ ର ବାର୍ତ୍ତା ଓ ଚାଷୀ ପଞ୍ଜୀକରଣ ର ବାର୍ତ୍ତା ବହନ କରି ଜିଲ୍ଲା ର ସମସ୍ତ ସେଚାଞ୍ଚଳ ୪ ଦିନ ବ୍ୟାପୀ ପରିଭ୍ରମଣ କରିବ। ଏହି ପାଣି ପଞ୍ଚାୟତ ପକ୍ଷ ର ଉଦଯାପନୀ ଉତ୍ସବ ୨୯/୧୨/୨୪ ତାରିଖ ଦିନ ଜଳସେଚନ ବିଭାଗ ପରିସର ମଧ୍ୟରେ ଆୟୋଜିତ କରାଯିବ। କୃଷି, ପଶୁପାଳନ, ପଶୁ ଚିକିତ୍ସା ,ଜଙ୍ଗଲ, ମୁର୍ତିକା ସଂରକ୍ଷଣ , ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ଉନ୍ନୟନ ବ୍ୟାଙ୍କ୍(ନାବାର୍ଡ), କେନ୍ଦ୍ର କୃଷି ବିଜ୍ଞାନ କେନ୍ଦ୍ର, ନିମକଣା , ଓଡ଼ିଶା କୃଷି ଶିଳ୍ପ ନିଗମ,ମତ୍ସ୍ୟ, ଉଦ୍ୟାନ, ସେଚାଞ୍ଚଳ ଉନ୍ନୟନ ବିଭାଗ, ଉଠା ଜଳସେଚନ, ଗବେଷଣାତ୍ମକ ଅନୁଷ୍ଠାନ ମାନଙ୍କ ଦ୍ଵାରା ପାଣି ପଞ୍ଚାୟତ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକଳାପର ପ୍ରଦର୍ଶନୀ ଆୟୋଜିତ ହେବ।ଜିଲ୍ଲାର ସମସ୍ତ ବିଦ୍ୟାଳୟର ଅଷ୍ଟମ,ନବମ,ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବତ୍କୃତା, ଚିତ୍ରାଙ୍କନ, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ବିଭାଜନ ସ୍ତରୀୟ ଓ ଜିଲ୍ଲାସ୍ତରରେ ଆୟୋଜିତ ହୋଇ ପ୍ରତି ବିଭାଗରେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ। ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ ବିଭାଗ, ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ।ଏହି ବୈଠକରେ ତାଳଦଣ୍ଡା ସେଚାଞ୍ଚଳ ଓ ମାଛଗାଁ ସେଚାଞ୍ଚଳ ର ସଭପତି, ସମ୍ପାଦକ, କୋଷାଧ୍ୟକ୍ଷ, ଜିଲ୍ଲା ସ୍ତରୀୟ ଅଧିକାରୀ ମୁଖ୍ୟ ସେଚାଞ୍ଚଳ ଉନ୍ନୟନ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ପାଣି ପଞ୍ଚାୟତ ର କର୍ମକର୍ତ୍ତାମାନ ଯୋଗ ଦେଇଥିଲେ।
ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
