ଭୁବନେଶ୍ୱର,୦୯/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆର୍ଯାନ ରାଜ କଲିକତାରେ ଅନୁଷ୍ଠିତ ଜୁନିଅର ଫ୍ୟାଶନ ୱେଇକ ରେ ଏକ ଶାନଦାର ପ୍ରଭାବ ସୃଷ୍ଟି କରିଛନ୍ତି। ସେ ସୋ ରେ ହୋଭୋର ବୋର୍ଡ ରେ ଚାଲି ଦର୍ଶକମାନଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇଥିଲେ। ୨୬ ଏବଂ ୨୭ ଅପ୍ରେଲ ୨୦୨୫ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗେ୍ସ, କର୍ଣ୍ଣିକା ଏବଂ କିଡସଅପ ପରି ଅନେକ ଅନ୍ତର୍ଯାତ୍ରୀୟ ବ୍ରାଣ୍ଡର ନୂତନ ଡିଜାଇନ ପ୍ରଦର୍ଶିତ ହୋଇଥିଲା।
ଆର୍ଯାନ ହୋଭର ବୋର୍ଡରେ ରାମ୍ପରେ ଚାଲି ଆନ୍ତର୍ଜାତୀୟ ବ୍ରାଣ୍ଡ ପ୍ରଦର୍ଶିତ କରି ଏକ ମୁଖ୍ୟ ଆକର୍ଷଣ ହୋଇଥିଲେ। ସଂଗଠକ ତାଙ୍କୁ ଏକ ମୋଡେଲିଂ କ୍ୟାରିଅର ପ୍ରସ୍ତାବ ଦେଇଛନ୍ତି ଯେଉଁଥିରେ ସେ ଆହୁରି ଅନେକ ଅନ୍ତର୍ଯାତ୍ରୀୟ ବ୍ରାଣ୍ଡ ଗୁଡିକୁ ପ୍ରଦର୍ଶିତ କରିବା ସହ ଭବିଷ୍ୟତରେ ଅଭିନୟ କିମ୍ବା television ଆଦି ଅନ୍ୟ ଭୂମିକା ଗୁଡିକ ପାଇଁ ଏକ ସୋପାନ ସାବ୍ୟସ୍ତ ହେବ ।