କଟକ ସଦର,୩୦/୦୫/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କମିଶନରେଟ କଟକ ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ତାଳଦଣ୍ଡା କେନାଲ ରୋଡ଼ ‘ଆଇ ଲଭ୍ କଟକ’ ନିକଟରେ ଆଜି ଶନିବାର ପୂର୍ବାହ୍ନରେ ଏକ ଘରୋଇ ବସ୍ ଧକ୍କାରେ ଜୈନିକା ଯୁବତୀଙ୍କ ର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଯୁବତୀ ଜଣଙ୍କ ହେଲେ ତୁଳସୀପୁର ପୋଲିସ କଲୋନୀରେ ରହୁଥିବା ପୋଲିସ ଅଧିକାରୀ ପଞ୍ଚାନନ ମହାନ୍ତି ଙ୍କ ଝିଅ ସ୍ୱ।ଗତିକା ମହାନ୍ତି (୨୪) ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ ମୃତକ ସ୍ୱାଗତିକାଙ୍କ ବାପା ପଞ୍ଚାନନ ଙ୍କ ଘର ଜଗତସିଂହପୁର ବ୍ଲକ ଚଢ଼େଇ ଗାଁ ରେ ହେଇଥିଲା ବେଳେ ସେମାନେ କଟକ କନିକା ଛକରେ ଘର କରି ରହୁଛନ୍ତି। ସେହିପରି ଉକ୍ତ ପରିବାର କଟକ ସଦର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ଓ ଗହଣ ଦଳ ମୁଖ୍ୟ କେଶରୀ ନଗ୍ର ର ରାଜା ନରସିଂହ ଦେବଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି। ମୃତ ଯୁବତୀଙ୍କୁ ପୁରୀ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।
