କେନ୍ଦ୍ରାପଡ଼ା,୧୨/୦୬/୨୦୨୫(ଓଡ଼ିଶା ସମାଚାର)- ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର କେନ୍ଦ୍ରାପଡ଼ା ଗସ୍ତରେ ଆସି ସ୍ଥାନୀୟ ଜିଲା ସଂସ୍କୃତି ଭବନରେ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଂଟନ କରିଥିଲେ ।
ପରେ ମନ୍ତ୍ରୀ ଶ୍ରୀ ପାତ୍ର ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା ସହିତ ସଫଳତାକୁ ଲୋକଙ୍କ ପାଖକୁ ପହଂଚାଇବାକୁ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡ଼ା ବ୍ଲକ, କେନ୍ଦ୍ରାପଡ଼ା ପୌରପରିଷଦ, ଡେରାବିଶ ଏବଂ ମହାକାଳପଡ଼ା ବ୍ଲକର ମୋଟ ୪୦ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରେସନ କାର୍ଡ ମନ୍ତ୍ରୀ ବଂଟନ କରିଥିଲେ ।
ଏହି ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲା ବିଜେପି ସାଭାପତି ଶଶାଙ୍କ ଶେଖର ସେଠୀ, କେନ୍ଦ୍ରାପଡା ବିଜେପି ନେତ୍ରୀ ଗିତାଞ୍ଜଳି ସେଠୀ, ପାଟକୁରା ବିଜେପି ନେତା ତେଜେଶ୍ୱର ପରିଡା, ରାଜନଗର ନେତା ଲଳିତ ବେହେରା, ଆଳି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ଉପିନ ରାଉତ,କୃଷକନେତା ବିକ୍ରମ ରାଉତରାୟ ପ୍ରମୁଖ ମଂଚାସୀନ ଥିଲେ ।
