କଟକ ସଦର,୩୦/୦୫/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଅଗ୍ରଣୀ ସାମାଜିକ ସଂଗଠନ କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାଂସଦ ପାଣ୍ଠିରୁ ରୋଗୀ ପରିବହନ ପାଇଁ ଦିଆଯାଇଥିବା ଆମ୍ବୁଲାନ୍ସ ସେବା କୁ ଆଜି ଶନିବାର ଦିନ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଉଦଘାଟନ କରିଥିବା ଜଣାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚୈ। ଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କର୍ପୋରେଟର ଅରବିନ୍ଦ ଜେନା, ମାନବାଧିକାର କର୍ମୀ ପ୍ରଦୀପ କୁମାର ବେହେରା,୨୨ ବିଭାଗ ସଂକୀର୍ତ୍ତନ ମଣ୍ଡଳୀ ସର୍ଵାଧିକାରୀ ସୁବାସ ଚନ୍ଦ୍ର ସାହୁଙ୍କ ସମେତ ବହୁ ବରିଷ୍ଠ ମୁରଵୀ ସାମିଲ ହୋଇଥିଲେ।
କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟର ଆମ୍ବୁଲାନ୍ସ ସେବା ଉଦଘାଟିତ
