ନିମାପଡ଼ା,୨୯/୦୫/୨୦୨୬ (ଓଡ଼ିଶା ସମାଚାର)- ନିମାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଷ୍ଟ୍ରେଞ୍ଜର ଡ୍ୟାନ୍ସ ଗ୍ରୁପର ୮ମ ବାର୍ଷିକ ଉତ୍ସବ ତଥା ଷ୍ଟ୍ରେଞ୍ଜର ଡ୍ୟାନ୍ସ ନାଇଟ ସ୍ଥାନୀୟ ଦୁର୍ଗାମଣ୍ଡପ ପଡ଼ିଆ ଠାରେ ରଙ୍ଗାରଙ୍ଗ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ଅତିଥ୍ ଭାବେ ନିମାପଡ଼ା ପ୍ରେସ କ୍ଲବର ସଭାପତି ଅକ୍ଷୟ କୁମାର ବେହେରା, ଷ୍ଟ୍ରେଞ୍ଜର ଡ୍ୟାନ୍ସ ଗ୍ରୁପ ଅନୁଷ୍ଠାନର ସଭାପତି ଅକ୍ଷୟ କୁମାର ସାହୁ ଯୋଗଦେଇ ଏହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର କୁନିକୁନି ନୃତ୍ୟଶିଳ୍ପୀଙ୍କ ପକ୍ଷରୁ ପାରମ୍ପରିକ, ଆଧୁନିକ, ଲୋକନୃତ୍ୟ, ସମ୍ବଲପୁରୀ, ପଞ୍ଜାବୀ, ଭାରତନାଟ୍ୟମ୍, ଦେବଦାସୀ ଆଦି ଆକର୍ଷଣୀୟ ନୃତ୍ୟ ସଙ୍ଗୀତ ପାରିବେଷିତ ହୋଇଥିଲା।
ହେଲେ କୃତୀ ନୃତ୍ୟଶିଳ୍ପୀଙ୍କ ଦ୍ବାରା ପରିବେଷିତ ଆକର୍ଷଣୀୟ ଯୁଗୋପଯୋଗୀ ଆଧୁନିକ ନୃତ୍ୟ ଦର୍ଶକଙ୍କୁ ବେଶ୍ ବିମୋହିତ କରିଥିଲା। ସଙ୍ଗୀତଜ୍ଞ ତଥା ନାଟ୍ୟ ନିର୍ଦ୍ଦେଶକ ନିରଞ୍ଜନ ପଳ ଉତ୍ସବର ସଂଯୋଜନା କରିଥିଲେ। ଷ୍ଟ୍ରେଞ୍ଜର ଡ୍ୟାନ୍ସ ଗ୍ରୁପ ଅନୁଷ୍ଠାନର ଶିକ୍ଷକ ଅଭୟ ସେଠୀ, ବିଶ୍ବଜିତ ମହାନ୍ତି, ଜଗନ୍ନାଥ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସମାରୋହରେ ବହୁ କଳାକାର, ନୃତ୍ୟସଙ୍ଗୀତ ଗୁରୁ, ଶିଳ୍ପୀ, ଅଭିଭାବକମାନେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରର ଡ୍ୟାନ୍ସ ମାଷ୍ଟର କବିର ପ୍ରସାଦ, ଖ୍ୟାତନାମା ଯାତ୍ରା କଳାକାର ବ୍ରହ୍ମାନନ୍ଦ ମଲ୍ଲିକ ପ୍ରମୁଖଙ୍କୁ ସମ୍ବଦ୍ଧିତ କରାଯାଇଛି।ଷ୍ଟ୍ରେଞ୍ଜର ଡ୍ୟାନ୍ସ ଗ୍ରୁପର ନୃତ୍ୟଶିଳ୍ପୀମାନେ ଆକର୍ଷଣୀୟ ଆଧୁନିକ ନୃତ୍ୟ ପରିବେଷଣ କରୁଛନ୍ତି।
