କଟକ ସଦର,୨୯/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ଚୈ।ଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ରକ୍ତହୀନତା ରୋଗରେ ପୀଡିତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଭାତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଟେଲିଫୋନ ଯୋଗେ ବୁଝିଛନ୍ତି।

ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟସଭା ସାଂସଦ ଦିଲ୍ଲିପ ରାୟ, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ସିଏମସି ମେୟର ସୁବାସ ସିଂହ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପୂର୍ବତନ ବିଧାୟକ ପ୍ରକାଶ ବେହେରା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ନିୟୁ ମେଡିସିନ ୱ।ର୍ଡ କୁ ଯାଇ ପ୍ରଭାତଙ୍କୁ ଭେଟି ଥିବା ଜଣାଯାଇଛି।
ସେହିପରି ତାଙ୍କର କଟର ବିରୋଧି ଥିବା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ମେଡିକାଲ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି।

