କଟକ ସଦର ୨୬/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ଠାରେ ଅବସ୍ଥିତ ପ୍ରସିଦ୍ଧ ମା’ ହସ୍ତିଵାହିନୀ ମନ୍ଦିରରେ ଜନୈକ ସେବାୟତ ଅଲେଖ ଚନ୍ଦ୍ର ରଣା ଜଣେ ଅଣହିନ୍ଦୁ (ମୁସଲମାନ) ଙ୍କୁ ପ୍ରବେଶ କରାଇଥିବା ନେଇ ବିବାଦ ଦେଖାଦେଇଥିଲା। ଏଥିପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ଏହି ପରିପ୍ରେକ୍ଷୀରେ ଏହାର ଉପଯୁକ୍ତ ଜବାବ ରଖିବାକୁ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସେବାୟତ ଅଲେଖ ରଣାଙ୍କୁ ନୋଟିସ ଜାରି କରାଯାଇଥିଲା। ହେଲେ ଅଲେଖ ରଣା ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାରୁ ଟ୍ରଷ୍ଟି ମାନଙ୍କ ପକ୍ଷରୁ ଅନୁଷ୍ଠିତ ବୈଠକର ନିଷ୍ପତି ଅନୁଯାୟୀ ସେବାୟତ ଅଲେଖ ଚନ୍ଦ୍ର ରଣା ଓ ତାଙ୍କ ପରିବାରକୁ ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ବିଶ୍ୱଜିତ୍ ସ୍ୱାଇଁ ସେବା କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି। ଏହାକୁ ଅମାନ୍ୟ କଲେ ଓଏଚଆରଇ ଆକ୍ଟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
