କନ୍ଦରପୁର କଲେଜ ଶ୍ରେଣୀ ଗୃହ ଶିଳାନ୍ୟାସ କଲେ ବିଧାୟକ

କଟକ ସଦର,୨୯/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜର ଏକ ଶ୍ରେଣୀ ଗୃହ ନିର୍ମାଣ ପାଇଁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଆଜି ଶୁକ୍ରବାର ଦିନ ଶୁଭ ଶିଳାନ୍ୟାସ କରିଛନ୍ତି। ଏଥିରେ ଅଧ୍ୟକ୍ଷା ଡ଼ଃ ସ୍ୱାତୀ ପଣ୍ଡା ସହାୟତା କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ଜେନା, ସମାଜସେବୀ ନିରଞ୍ଜନ ରାଉଳ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ଵିରିଵାଟି,କୁସିଙ୍ଗା, ଅରିଲୋ,କୋଟୁଆଁ,ନାରଦା ପ୍ରଭୃତି ୫ ଟି ଓଭରହେଡ୍ ପାଣି ଟାଙ୍କିକୁ ମଧ୍ୟ ବିଧାୟକ ପ୍ରକାଶ ସେଠୀ ଆଜି କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଙ୍କ ସହିତ ଉଦଘାଟନ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *