କଟକ ସଦର ବିଧାୟକ ପ୍ରକାଶ ସେଠୀ ମନ୍ତ୍ରୀ ହେବା ନେଇ ଜୋର୍ ଚର୍ଚ୍ଚା !

କଟକ ସଦର ୨୮/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିକଟରେ ଓଡ଼ିଶା ମୋହନ ଚରଣ ମାଝୀଙ୍କ  ବିଜେପି ସରକାର ସମ୍ପ୍ରସାରଣ ଓ ପୁନଃର୍ଗଠନ ହେବାକୁ ଯାଉଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଵା ଏକପ୍ରକାର ନିଶ୍ଚିତ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କଟକ ଜିଲ୍ଲାରୁ ଯେପରି ହେଉ ଏଥର ଜଣେ କେହି ବିଜେପି ବିଧାୟକ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଵା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡିବା ପରେ ପ୍ରକାଶ ସେଠୀ ଏଥିରେ ମୁଖ୍ୟ ଦାବିଦାର ଥିବା ଚର୍ଚ୍ଚା ହେଉଛି ।

ଏଥିରେ କଟକ ଜିଲ୍ଲାର ଦୁଇଜଣ ବିଜେପି ବିଧାୟକ କଟକ ସଦରରୁ ପ୍ରକାଶ ସେଠୀ ଓ ନିଆଳି ରୁ ଛବି ମଲ୍ଲିକ ରହିଥିବା ବେଳେ ଛବି ମଲ୍ଲିକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଥଇଥାନ ହୋଇ ସାରିଛନ୍ତି। ସେହିପରି ବଡମ୍ବା ନରସିଂହପୁର ସ୍ୱ।ଧିନ ବିଧାୟକ ବିଜୟ ଦଳବେହେରା ବିଜେପି ରେ ମିଶି ସାରିଥିଲା ବେଳେ ମାହାଙ୍ଗା ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନ ବିଜେପିରେ ନମିଶି ଵାହ୍ୟ ସମର୍ଥନ ଦେଇଆସୁଛନ୍ତି। ଏଥିପାଇଁ ପ୍ରକାଶ ସେଠୀ ରାଜ୍ୟ ଓ କେନ୍ଦ୍ର ନେତୃତ୍ବଙ୍କ ଯୋଗାଯୋଗରେ ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *