କଟକ ସଦର ଅଞ୍ଚଳରେ ସେବା ସମର୍ପଣର ପବିତ୍ର ଇଦ୍-ଉଲ୍-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ 

କଟକ ସଦର,୨୮/୦୫/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ମୁସଲମାନ ସମ୍ପ୍ରଦାୟଙ୍କ ସେବା, ସମର୍ପଣ,ତ୍ୟାଗ ଓ ତିତିକ୍ଷାର ବଡ଼ ପର୍ବ ଇଦ୍-ଉଲ୍-ଜୁହା ପାଇଁ ଆଜି ଗୁରୁବାର ଦିନ କଟକ ସଦର ଉତ୍ସବ ମୁଖର ହୋଇଉଠିଥିଵା ବେଳେ ତାହା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣାପଡିଛି। ଏଥିପାଇଁ ପ୍ରବଳ ଖରା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁ ସକାଳୁ ରାଉତରାପୁର,ଦେଓପୁର, ଦାମୋଦରପୁର,କିଶନନଗର ପ୍ରହରାଜପୁର,ସୋମପୁର,ଥୋରିଆପଡା, ଗଡମା, ମହମ୍ମଦପୁର, ନେମାଳ ପ୍ରଭୃତି ଅଞ୍ଚଳରେ ଥିବା ମସଜିଦ ଓ ଇଦଗାହ ମାନଙ୍କରେ ସମୁହ ନମାଜ ପାଠ ଶୀଘ୍ର ଶେଷ ହୋଇଥିଲା।

ସୂଚନାଯୋଗ୍ୟ ଯେ ମୁସଲମାନମାନଙ୍କ ପାଇଁ ଇଦ୍-ଉଲ୍-ଜୁହା ଓ ଇଦ୍-ଉଲ୍- ଫିଚର୍ ଦୁଇଟି ପ୍ରମୁଖ ବଳିଦାନର ପର୍ବ ହୋଇଥିବା ବେଳେ ବର୍ଷ ତମାମ ଏହି ଦୁଇଟି ପର୍ବକୁ ସମସ୍ତେ ଚାହିଁ ବସିଥାଆନ୍ତି। ଇଦ୍-ଉଲ୍-ଫିତରରେ ଲୋକମାନେ ମାସ ସାରା ଉପବାସ (ରୋଜା) ରଖି ଶେଷ ଉଦଯାପନ ଦିନ ଏହାକୁ ଧୁମଧାମରେ ପାଳନ କରିଥାନ୍ତି। ଏହାର କିଛିଦିନ ପରେ ଆଜି ଭଳି ପୁଣି  ଇଦ୍-ଉଲ୍-ଜୁହା ପାଳନ କରାଯିବାର ପରମ୍ପରା ଚାଲିଆସିଛି। ଏହି ପରିପ୍ରେକ୍ଷୀରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରତ୍ୟେକ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *