ପରମହଂସନାଥ ମନ୍ଦିର: ପ୍ରତ୍ନତତ୍ତ୍ଵ ବିଭାଗର ଅଗୋଚରରେ ଡିପିଆର ପ୍ରସ୍ତୁତ, କାର୍ଯ୍ୟ ହେଵା ନେଇ ଅନିଶ୍ଚିତତା

କଟକ ସଦର,୧୬/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳରେ ଥିବା ସର୍ବପୁରାତନ ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଉନ୍ନତିକରଣ ଓ ସୈ।ନ୍ଦର୍ଜୀକରଣ ପାଇଁ ରାଜ୍ୟ ସରକାର ୪ କୋଟି ୯୬ ଲକ୍ଷ ୪୦ ହଜାର ଟଙ୍କା ମଞ୍ଜୁର କରିଥିବା ଵେଳେ ଏଵେ ତାହା କାର୍ଯ୍ୟକାରୀ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ମନ୍ଦିରଟି ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ଥିବା ବେଳେ ଉକ୍ତ ବିଭାଗର ଅଗୋଚରରେ କଟକ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କଟକ ୨ ରାସ୍ତା ଓ କୋଠାବାଡ଼ି ଵିଭାଜନ ପକ୍ଷରୁ ଡିପିଆର (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ କରାଯାଇ ଟେଣ୍ଡର ପାଇଁ ପଠାଯାଇଛି। ହେଲେ ପ୍ରତ୍ନତତ୍ତ୍ଵ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ମନ୍ଦିରର ମୂଖ୍ୟ ପାଚେରୀ ଠାରୁ ୧୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ଵୋଲି ଜଣାପଡିଛି। ଅନ୍ୟପକ୍ଷରେ ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଫଳରେ ମନ୍ଦିର ପରିଚାଳନା କମିଟି ଗଠନ ହୋଇପାରୁନାହିଁ। ମନ୍ଦିର ଉନ୍ନତିକରଣ ପାଇଁ ମନ୍ଦିର ପରିଚାଳନା କମିଟି ଓ ପ୍ରତ୍ନତତ୍ତ୍ଵ ବିଭାଗର ଅନୁମତି ଅପରିହାର୍ଯ୍ୟ ଥିବା ବେଳେ ଏସବୁ ଅଣଦେଖା କରାଯିଵା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପାଇଁ ମନ୍ଦିର ସେବାୟତ, ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ, ସାମ୍ବାଦିକ ମାନଙ୍କୁ ନେଇ ଏକ ଉନ୍ନୟନ କମିଟି ଵୈଠକ କରାଯାଇ ପ୍ରକଳ୍ପ ଚୁଡାନ୍ତ କରିଵାକୁ ସାଧାରଣରେ ଦାବି ହେଉଛି  ।

Leave a Reply

Your email address will not be published. Required fields are marked *