ଆଳୁ ଖୋଳୁ ଖୋଳୁ ମହାଦେବ : ଜବରଦଖଲ ଉଛେଦ ବେଳେ ବେଆଇନ ବାଣ କାରଖାନା ଠାବ 

 ନିଶ୍ଚିନ୍ତକୋଇଲି, ୨୭/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )ନିଶ୍ଚିନ୍ତକୋଇଲି ବ୍ଲକ୍  ଅସୁରେଶ୍ବର ପୂବଂଶ କୁଳଗାଁ ଇଶାଳ ଠାରେ ସରକାରୀ ଜମିରୁ ଜବର ଦଖଲ ଉଛେଦ କରାଯାଇଛି । ବାଉଣ୍ଡରୀ ପାଚେରୀ ଏବଂ ଏକ ଚାଳ ଘର କୁ ଭାଙ୍ଗିଛି ପ୍ରଶାସନ। ଉଛେଦ ବେଳେ ଏକ ଚାଳ ଘରୁ ବିପୁଳ ପରିମାଣ ର ବେଆଇନ ବାଣ ଓ ବିସ୍ପୋରକ  ସାମଗ୍ରୀ ଜବତ୍ କରିବା ସହ ଜଣଙ୍କୁ  ଗିରଫ କରିଛି ନିଶ୍ଚିନ୍ତକୋଇଲି ପୋଲିସ। ଗିରଫ ବେଆଇନ ବାଣ କାରଖାନା ର ମାଲିକ ହେଲେ ରାମଚନ୍ଦ୍ର ସେଠୀ। ବେଆଇନ ଭାବେ ସରକାରୀ ଜମିରେ ଏକ ଚାଳ ଘର ନିର୍ମାଣ କରି,ଦୀର୍ଘ ଦିନରୁ ବେଧଡକ ଭାବେ ଚାଲିଥିଲା ବେଆଇନ ବାଣ କାରଖାନା। ଏହି ବେଆଇନ ବାଣ ତିଆରି କାରଖାନା ନିକଟରେ ସଂସ୍କୃତ ବିଦ୍ୟାଳୟ, ସରକାରୀ ଗୋଦାମ ଘର, ଅଙ୍ଗନବାଡି କେନ୍ଦ୍ର, ଅସୁରେଶ୍ବର ସରକାରୀ ଉଚ୍ଚବିଦ୍ୟାଳୟ ଏବଂ ଗ୍ରାମ ଦେବତାଙ୍କ ମନ୍ଦିର ଅବସ୍ଥିତ ଥିଲାବେଳେ କିଭଳି ଶ୍ରୀ ସେଠୀ ଏଠାରେ ଦୀର୍ଘ ଦିନରୁ  ବେଆଇନ ବାଣ ତିଆରିକରୁଥିଲେ ତାକୁ ନେଇ ସୃଷ୍ଟିହୋଇଛି ବଡ଼ ପ୍ରଶ୍ନବାଚୀ ।  ନିଶ୍ଚିନ୍ତକୋଇଲି ରୁ ଅଭୟ ଜେନା ଙ୍କ ରିପୋର୍ଟ ଓଡିଶା ସମାଚାର

Leave a Reply

Your email address will not be published. Required fields are marked *