କେନ୍ଦ୍ରାପଡ଼ା,୨୮/୦୫/୨୦୨୬ (ଓଡ଼ିଶା ସମାଚାର)- ଜିଲା ପ୍ରତିଭା ପୂଜା ସଂସଦ, କେନ୍ଦ୍ରାପଡା ପକ୍ଷରୁ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ଦହି ସର୍ବତ ଓ ଥଣ୍ଡା ଗ୍ଲୁକୋଜ ପାଣି ବଂଟନ କରାଯାଇଛି । ଅତ୍ୟଧିକ ଗରମ ଓ ଅସହ୍ୟ ଗୁଳୁଗୁଳିକୁ ଆଖି ଆଗରେ ରଖି କେନ୍ଦ୍ରାପଡା ସହରର ଜ୍ଞାନପୀଠ ଛକରେ ପଥଚାରୀମାନଙ୍କୁ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିରେ ଦହି ସର୍ବତ ଓ ଥଣ୍ଡା ଗ୍ଲୁକୋଜ ପାଣି ପ୍ରଦାନ କରାଯାଇଥିଲା ।

ଏହାକୁ କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ସାଧାରଣ ପ୍ରବନ୍ଧକ ରାଜୀବଲୋଚନ ପଣ୍ଡା ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ସମ୍ପାଦକ ସୁଶୀଲ କୁମାର ସାମଲ, ଭାଗିରଥି ଜେନା, ଗୋଲଖ ପଢିଆରୀ, ଦେବେନ୍ଦ୍ର କୁମାର ଦାସ, ରଶ୍ମୀରଞ୍ଜନ ବେହେରା, ରମାକାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
