ବିରିଡି ବ୍ଲକ୍ କାର୍ୟ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ୧୦/୬/୨୦୨୪ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବିରିଡି ବ୍ଳକ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା, ଭା. ପ୍ର .ସେ. ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୧୯ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୮ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୦୧ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ୍ କାର୍ଡ ସମସ୍ୟା ସମ୍ପର୍କୀୟ ୦୧ ଟି, ଆବାସ ଯୋଜନା ସମ୍ପର୍କୀୟ ୦୪ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୦୨ ଟି, ଭତ୍ତା ପାଇବା ପାଇଁ ୦୧ଟି, ପୋଲିସ ସହାୟତା ପାଇବା ପାଇଁ ୦୩ ଟି ଏବଂ ଅନ୍ୟାନ୍ୟ ୦୩ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୦୪ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍, ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମମତା ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିରିଡି , ଶ୍ରୀ ବିଜୟ କୁମାର ବେହେରା , ତହସିଲଦାର, ବିରିଡି ,ଶ୍ରୀ ସଂଜୟ କୁମାର ବେହେରା , ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ।

Leave a Reply

Your email address will not be published. Required fields are marked *