୬ଷ୍ଠ ‘ଆକା’ଆମେଚର ଫୁଟବଲ ଲିଗ୍ ୨୦୨୪ ଉଦଘାଟିତ 

କଟକ ସଦର , ୧୭/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଅଗ୍ରଣୀ ‘ଆକା'(ଆଞ୍ଚଳିକ କଳା ଓ କ୍ରୀଡ଼ା ଅନୁଷ୍ଠାନ) ପକ୍ଷରୁ ଆଜି ଗୁରୁବାର ଦିନ କିଶନନଗର ଖେଳ ପଡ଼ିଆ ଠାରେ ୧୪ ଗୋଟି ଟିମ୍ କୁ ନେଇ ଏକମାସ ଧରି ହେବାକୁ ଥିବା ୬ଷ୍ଠ ‘ଆକା’ଆମେଚର ଫୁଟବଲ ଲିଗ୍ ୨୦୨୪ ଉଦଘାଟିତ ହୋଇଛି। ଏହି ଉପଲକ୍ଷେ ‘ଆକା’ର ସଭାପତି ଇଂ ଦେବବ୍ରତ ପାତ୍ର ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଉଦଘାଟନ ସଭାରେ ‘ଫାଓ’ ର କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଯୁଗ୍ମ ସଂପାଦକ ବିଶ୍ୱରଂଜନ ଘଡେ଼ଇ, ବୈଷୟିକ ପରିଚାଳକ ଅକ୍ଷୟ ଦାସ, ପୂର୍ବତନ ଅଧିନାୟକ ନିପେନ୍ଦ୍ର କୁମାର ଦାସ, କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ରଘୁନାଥପୁର ସମିତି ର ପୂର୍ବତନ ଅଧ୍ୟକ୍ଷ ରମା ପ୍ରସାଦ ବିଶ୍ୱାଳ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଉଦଘାଟନୀ ମ୍ୟାଚରେ କିଶନନଗର କୁ ଆମଣ ୩/୦ ଗୋଲରେ ହରାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *