ପ୍ରମିଳା ପଣ୍ଡା ଙ୍କ ମୃତ୍ୟୁ ରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଶୋକରଛାୟା ।

ପଟ୍ଟାମୁଣ୍ଡାଇ,୨୮/୦୫/୨୦୨୬ (ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ଷ୍ଟେଟ ବ୍ୟାଙ୍କ ଶାଖାର ପୂର୍ବତନ ମ୍ୟାନେଜର ଶ୍ରୀ ଦିଗମ୍ବର ପଣ୍ଡାଙ୍କର ସ୍ତ୍ରୀ ପ୍ରମିଳା ପଣ୍ଡା  ମଙ୍ଗଳବାର ସନ୍ଧ୍ୟା ସମୟରେ ନିଜ ବେଲତଳସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି ।ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା ।ତାଙ୍କ ମୃତ୍ୟୁରେ ବେଲେଶ୍ଵର ସାହିତ୍ୟ ସଂସଦ ପଟ୍ଟାମୁଣ୍ଡାର ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

ସ୍ୱର୍ଗତ ପ୍ରମିଳା କୁମାରୀ ପଣ୍ଡା ଙ୍କ  ମୃତୁ ବେଳେ ତାଙ୍କ ର ଚାରି ପୁତ୍ର ଉପସ୍ଥିତ ଥିଲେ।ବଡ ପୁତ୍ର ମୃତୁଞ୍ଜୟ ପଣ୍ଡା  ମୁଖାଗ୍ନୀ ଦେଇଥିଲେ। ସ୍ଵଗତଃ ପ୍ରମିଳା ପଣ୍ଡା ହେଉଛନ୍ତି ସାମ୍ବାଦିକ ସଂଜୟ ପଣ୍ଡାଙ୍କ ମାତା । ତାଙ୍କ ମୃତ୍ୟୁ ଖବର ପ୍ରଚାର ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି ।ବହୁ ବୁଦ୍ଧିଜୀବୀ ,ଆଇନଜୀବୀ,ସମାଜ ସେବୀ ମାନେ ଆସି ତାଙ୍କ ର ଶେଷ ଦର୍ଶନ କରିଥିଲେ।ତାଙ୍କ ର  ଆଉ ଦୁଇ ପୁତ୍ର ଧନଞ୍ଜୟ ପଣ୍ଡା ଓ ଜ୍ଞାନ ଜୟ ପଣ୍ଡା  ଓ ଚାରି ପୁତ୍ର ବଧୂ  ନାତି ନାତୁଣୀ ଉପସ୍ଥିତ ଥିଲେ। ସିଏ ଜଣେ ମେଳାପୀ ମହିଳା ଥିଲେ। ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କ ର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା।

Leave a Reply

Your email address will not be published. Required fields are marked *