ପରମହଂସ ମନ୍ଦିର ଦଧିନଉତି ମରାମତି କେବେ? ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ 

କଟକ ସଦର,୨୮/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳରେ ଥିବା କଟକ ସଦର ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିର ଉପରେ ଗତ ଏପ୍ରିଲ ୧୯ ତାରିଖରେ ଘଡଘଡି ପଡି ଦଧିନଉତି କ୍ଷତିଗ୍ରସ୍ତ ହୋଇଥିଲା। ହେଲେ ଆଜକୁ ଦେଢ଼ମାସ ରୁ ଉର୍ଦ୍ଧ୍ବ ଅତିକ୍ରମ ହୋଇଥିବା ବେଳେ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଦଧିନଉତି ମରାମତି ପାଇଁ ଆଗ୍ରହ ପ୍ରକାଶ କରାଯାଇ ନଥିବା ଅଭିଯୋଗ ହେଉଛି। ଏଥିପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଗତକାଲି ବୁଧବାର ସଂଧ୍ୟାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମନ୍ଦିର ଵେଢାକୁ ଆସି ଦଧିନଉତି ମରାମତି ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରି ଫେରି ଯାଇଥିବା ଜଣାପଡିଛି। ଆଗାମୀ ଦିନରେ ପ୍ରତ୍ନତତ୍ତ୍ଵ ବିଭାଗ ର ଏଭଳି ଖାମଖିଆଲ ନୀତିକୁ ଵରଦାସ୍ତ କରାଯିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *