କଟକ ସଦର , ୨୭/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଓ ଟିପିସିଓଡିଏଲ ସେକ୍ସନ ଅନ୍ତର୍ଗତ କଟକ-ନୁଆ ଗାଁ ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର ପଞ୍ଚାୟତ ଅଫିସ୍ ନିକଟରେ ଆଜି ବୁଧବାର ପୂର୍ବାହ୍ନରେ ଜନୈକ ଯୁବକ ୧୧ କେଭି ଚଳନ୍ତା ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଉଥିବା ବେଳେ ଖଵର ପାଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ତୁରନ୍ତ ଲାଇନ୍ କାଟି ଦିଆଯାଇଥିଲା। ବିଦ୍ୟୁତ ବିଭାଗ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଯୁବକକୁ ତଳକୁ ଆଣି ପୋଲିସ ହେପାଜତକୁ ନେଇ ତାଙ୍କ ପରିବାର ଲୋକଙ୍କୁ ଖଵର ଦିଆଯାଇଥିଲା। ସୂଚନା ଅନୁଯାୟୀ ଯୁବକ ଜଣକ ମାନସିକ ଅନଗ୍ରସର ଏଵଂ ତାଙ୍କ ଘର ଜଗତସିଂହପୁର ଥାନା ଅନ୍ତର୍ଗତ ମଣ୍ଡାସାହି କଣ୍ଟିଲୋ ଅଞ୍ଚଳରେ ବୋଲି ଜଣାପଡିଛି। ପୋଲିସ ଯୁବକଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ରାଧାକାନ୍ତ ସାହୁଙ୍କ ଠାରୁ ଜଣାପଡିଛି।
ଚଳନ୍ତା ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟତ ଯୁବକ ଉଦ୍ଧାର, ପରିବାର ଲୋକଙ୍କ ଜିମା ଦେଲା ପୋଲିସ
