ଆତଙ୍କବାଦୀ ଲିଙ୍କ୍ ରେ ଗିରଫ ହୋଇ ଜେଲରେ ଥିବା ଅଵଦୁର ରେହମାନ ନିର୍ଦ୍ଦୋଷରେ ଖଲାସ।

କଟକ ସଦର ୨୬/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆତଙ୍କବାଦୀ ଲିଙ୍କ୍ ରେ ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ କଟକ ଜଗତପୁର ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଦ୍ଵାରା ଗିରଫ ‌ହୋଇ ଜେଲରେ ଥିବା କଟକ ଜଗତପୁର ଥାନା ପଶ୍ଚିମକଛ ଗ୍ରାମର ଅଵଦୁର ରେହମାନ ଙ୍କୁ ଆଜି ମଙ୍ଗଳବାର ଦିନ କଟକ ଜିଲ୍ଲା ଦୈ।ରା ଜଜ୍ କୋର୍ଟ ୪୩ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡିଛି।

ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ଚାଲିଥିବା ଏହି ସମ୍ବେଦନଶୀଳ ମାମଲାରେ କ୍ରାଇମବ୍ରାଞ୍ଚ ସଠିକ୍ ତଥ୍ୟ କିମ୍ବା ସାକ୍ଷୀ ଦେଇ ନପାରିବାରୁ ମାମଲା ଖାରଜ ହୋଇଥିବା ଆଇନ୍ ବିଶାରଦ ମାନେ ମତ ପୋଷଣ କରିଛନ୍ତି। ତେବେ ଏହାକୁ ନେଇ କ୍ରାଇମବ୍ରାଞ୍ଚ ଉଚ୍ଚ ନ୍ୟାୟାଳୟକୁ ଯାଉଛି ନାଁ ଏଇଠି ପୂର୍ଣ୍ଣଛେଦ ପକାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା। ତେବେ ରାୟ ପ୍ରକାଶ ପରେ ଅଵଦୁର ରେହମାନ କହିଛନ୍ତି ଯେ ମୋତେ ମିଛରେ ଫସା ଯାଇଥିଲା।

Leave a Reply

Your email address will not be published. Required fields are marked *