ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ପକ୍ଷରୁ ୪ର୍ଥ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର,୨୬/୦୫/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-“ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ” ପକ୍ଷରୁ “ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ” ତା୨୬.୦୫.୨୦୨୬ରିଖ ମଙ୍ଗଳବାର ଦିବା ଘ.୧୧.୩୦ମିନିଟ୍ ସମୟରେ ଜୟଦେବ ଭବନ, ଭୁବନେଶ୍ୱରଠାରେ ମହା ସମାରୋହରେ ପାଳନ କରାଯାଇଛି । ଉକ୍ତ ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଜନକ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ଉଚ୍ଚନ୍ୟାୟାଳୟର ଆଡଭୋକେଟ୍ ଶ୍ରୀମତୀ ପ୍ରତିଭା ବର୍ମା ଓ ମହାସଂଘର ରାଜ୍ୟ ଆବାହକ ଶ୍ରୀଯୁକ୍ତ ଦିଗମ୍ବର ଜେନା ଯୋଗଦେଇ ତାଙ୍କ ଅଭିଭାଷଣରେ କହିଲେ ଓଡ଼ିଶାରେ ଦୀର୍ଘଦିନ ଧରି ୧ଲକ୍ଷ ୨୭ ହଜାର ମଧ୍ୟାହ୍ନଭୋଜନ ପାଚକ ପାଚିକାମାନେ ଦୀର୍ଘଦିନ ଧରି କାର୍ଯ୍ୟକରି ଆସୁଛନ୍ତି । ବଡ଼ ଦୁଃଖର ବିଷୟ ବର୍ତମାନ ୩ ହଜାର ଟଙ୍କା ମାସିକ ପାରିଶ୍ରମିକ ବାବଦରେ ପାଉଛନ୍ତି ତା’ ସମୁଦ୍ରକୁ ଶେଙ୍ଖ । ସେମାନଙ୍କୁ ନିର୍ଦ୍ଧାରିତ ମଜୁରୀ ଦେବା ନିମନ୍ତେ ସରକାରଙ୍କ ନିକଟରେ ଦାବି କରାଯାଉଛି ।

ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଟ.୫୦୦/- ଲାଗୁ କରାଯିବା । ଉକ୍ତ ପ୍ରକାରେ ମାସିକ ଟ.୧୫,୦୦୦/- ଦରମା ଲାଗୁ କରାଯିବା । ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯିବା ସହିତ ଡ୍ରେସ୍କୋର୍ଡ ଲାଗୁ କରାଯିବା । ଚିକିତ୍ସା ଭତା ସହିତ ଜୀବନ ବୀମାର ସୁବିଧା କରାଯିବା । ୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ୨୭,୦୦୦ଟଙ୍କା ଦିଆଯିବା ସହିତ ମଇ, ଜୁନ୍ ଛୁଟି ଦୁଇ ମାସର ଦରମା ପ୍ରଦାନ କରାଯିବା । ବାହାର କରିବାର ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ସ୍କୁଲ୍ ବିଭାଗ ସିଧାସଳଖ ନିୟନ୍ତ୍ରଣରେ କରାଯିବା । ସ୍କୁଲ ରେ ୯ ଟା ଠାରୁ ପ୍ରବେଶ କରି ଦିନ ତମାମ ରୋଷେଇ କରିବା, ରୋଷେଇ ବାସନକୁସନ ଧୋଇ ୮ ଘଂଟାରୁ ଅଧିକ ପରିଶ୍ରମ କରୁଥିବା ବେଳେ ଦୈନିକ ମଜୁରୀଆର ସ୍ୱୀକୃତି ଦେଇ ଭବିଷ୍ୟନିଧି ଯୋଜନାରେ ସାମିଲ୍ କରାଯିବା । ଅବସର ସୀମା ୬୦ ବର୍ଷରୁ ୬୨ ବର୍ଷ କରାଯିବା , କାର୍ଯ୍ୟରୁ ଅବ୍ୟାହତ ପରେ ପେନସନ୍ ଲାଗୁ କରାଯିବା । କାର୍ଯ୍ୟରତ ସମୟରେ ଆକସ୍ମିକ ବିୟୋଗରେ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା କରାଯିବା ।

ଉକ୍ତ ସମ୍ମିଳନୀରେ ଓଡ଼ିଶା ୩୦ଗୋଟି ଜିଲାର ପାଚକ/ପାଚିକାମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଦେବା ସହିତ ସମୂହ ଦସ୍ତଖତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ତାଙ୍କ ବାସଭବନକୁ ଯାଇ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଷମା ଦାସ, ଉମାମଣି ମହାନ୍ତ, ସାବିତ୍ରୀ ନାୟକ, ତିଳୋତମା ମାଝୀ, ଗୋଲାପୀ ନାୟକ, ରୀନା ରାଉତ, ସତ୍ୟବାଦୀ ମହାକୁଡ, ମିନତୀ ସାହୁ, ସାବିତ୍ରୀ ଦେହୁରୀ, ଭାରତୀ ସେଠ୍, ମନ୍ଦାକିନୀ ସେଠୀ, ହରପି୍ରୟା ନାୟକ, ଅମୂଲ୍ୟ ସାହୁ, ମୁନା ପଲେଇ, ସଂଜୀବ ପ୍ରଧାନ, ଈଶ୍ୱର ନାୟକ, ଭଇଁଶ, ମଞ୍ଜରୀ ମାଝୀ, ମନୋରମା ରଣା, ସବିତା ମହାକୁଡ଼, ଜ୍ୟୋତି ମାଝୀ, ମାଳତୀ ମହାକୁଡ଼, ରଶ୍ମିତା ପ୍ରଧାନ, ମଲ୍ଲି ଷଣ୍ଢ, ବିଷ୍ଣୁପ୍ରିୟା ଭୋଇ, କୁଞ୍ଜଲତା ଧରୁଆ, ରିଙ୍କି ସେଠ୍, ତପସ୍ୱିନୀ ସେଠ୍, ତୁଲସା କହଁର, ଗୋଲାପୀ ପ୍ରଧାନ, ପାର୍ବତୀ ସାହୁ, ପଦ୍ମିନୀ ପାତ୍ର, ବିନ୍ଦୁ ଦାସ, ସୁମିତ୍ରା ଓରାମ, ବସୁମତୀ ଓରାମ, ସୁମିତ୍ରା ବେହେରା, ବୃନ୍ଦାବତୀ ବଘାର, କ୍ଷୀରମଣି ମହାନ୍ତ, ସୁଜାତା ନାୟକ, ସରୋଜିନୀ ନାୟକ, ଶାନ୍ତିଲତା ନାୟକ, ଲିଲି ବିଶିି, ଖୁଜାର ଧରୁଆ, ଯଶୋଦା ବରିହା, ମିଷା ପଟେଲ୍, ମମତା ବେହେରା, ରଜନୀ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ । ସଂଘର ସାଧାରଣ ସମ୍ପାଦିକ ନିରୂପମା ମହାନ୍ତ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *