ଭୁବନେଶ୍ୱର,୨୫/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚପିସି) ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୫ ମଇ ୨୦୨୬ରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି, ଯାହା ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ଏବଂ ସ୍ଥାୟୀ ଶକ୍ତି ବିକାଶରେ ଉତ୍କର୍ଷତା ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।
ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ଶ୍ରୀମତୀ ନିବେଦିତା ମିଶ୍ର, ଆଇଏଏସଏବଂ ଓଏଚପିସିପକ୍ଷରୁ ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ପ୍ରଣବ କୁମାର ମହାନ୍ତି ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।
ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଶାଳ କୁମାର ଦେବ, ଆଇଏଏସଙ୍କ ଗାରିମାମୟ ଉପସ୍ଥିତିରେ ସ୍ୱାକ୍ଷର ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଡକ୍ଟର ଦେବୀ ଦତ୍ତ ତ୍ରିପାଠୀ, ଓଏଫଏସ୍, ଏଫଏ ତଥା ସ୍ୱତନ୍ତ୍ର ସଚିବ, ଶ୍ରୀ ସାଇଦତ୍ତ ବିପ୍ଲବ କେଶରୀ ପ୍ରଧାନ, ଓଏଏସ (ଏସଏଜି), ଅତିରିକ୍ତ ସଚିବଏବଂଓଏଚପିସିପକ୍ଷରୁ ଶ୍ରୀ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ), ଶ୍ରୀ ସଂଗ୍ରାମ କେଶରୀ ଦାସ, ବରିଷ୍ଠ ମହାପ୍ରବନ୍ଧକ (ବିଦ୍ୟୁତ), ଶ୍ରୀ ପି.ଏମ୍. ରାଉତ, ମହାପ୍ରବନ୍ଧକ (ଅର୍ଥ), ଶ୍ରୀ ଯୋଗେଶ ଚନ୍ଦ୍ର ସାହୁ, ମହାପ୍ରବନ୍ଧକ (ବିଦ୍ୟୁତ), ଶ୍ରୀ ଲୋକନାଥ ମହାନ୍ତି, ପରିଚାଳକ (ଅର୍ଥ) ଏବଂ ଶ୍ରୀ ଜ୍ୟୋତିର୍ମୟ ପାଣିଗ୍ରାହୀ, କମ୍ପାନୀ ସଚିବଉପସ୍ଥିତ ଥିଲେ।
ଏହି ବୁଝାମଣାପତ୍ରରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଏଚପିସିର କାର୍ଯ୍ୟଦକ୍ଷତା ଲକ୍ଷ୍ୟ ଏବଂ ରଣନୈତିକ ଉଦ୍ଦେଶ୍ୟଗୁଡ଼ିକର ରୂପରେଖା ଦିଆଯାଇଛି, ଯେଉଁଥିରେ କାର୍ଯ୍ୟଦକ୍ଷତା, ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ, ଆର୍ଥିକ କାର୍ଯ୍ୟଦକ୍ଷତା ଏବଂ ଓଡ଼ିଶାର ଶକ୍ତି ସୁରକ୍ଷା ଏବଂ ସାମାଜିକ-ଆର୍ଥିକ ବିକାଶ ପ୍ରତି ନିରନ୍ତର ଅବଦାନ ଉପରେ ଗୁରୁତ୍ୱ ଦିଆଯାଇଛି।
