ଚୋରାମଦ ଜବତ,ଦୁଇ ମହିଳାଙ୍କ ସମେତ ୮କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା, ୦୯/୦୯/୨୦୨୫(ଓଡ଼ିଶା ସମାଚାର)- ଜିଲାପାଳଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ରାଜକନିକା, କେନ୍ଦ୍ରାପଡ଼ା ଟାଉନ, ତନ୍ତିଆପାଳ ମେରାଇନ ଓ ଆଳି ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସମୁଦାୟ ୧୬୬ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ମଦ ଜବତ କରାଯାଇ ୨ ମହିଳାଙ୍କ ସମେତ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ।

ମଢ଼ିଆଳ ଗ୍ରାମର ରବୀନ୍ଦ୍ର କୁମାର ସାହୁ (୪୫)ଙ୍କ ଠାରୁ ୧୯ ଲିଟର ଦେଶୀ ରନ୍ଧା ମଦ, ବଳଗଣ୍ଡି ଗ୍ରାମର ଚିତରଞ୍ଜନ ସାହୁ (୫୭)ଙ୍କ ଠାରୁ ୨୧ ଲିଟର ଦେଶୀ ରନ୍ଧା ମଦ, କଜଳା ଗ୍ରାମର ରାହାସ ଦାସ(୬୨)ଙ୍କ ଠାରୁ ୨୮ ଲିଟର ଦେଶୀ ମଦ, ତନ୍ତିଆ ଗ୍ରାମର ବକୁଳ ଜେନା(୫୩)ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ, ବାଜରପୁର ଗ୍ରାମର ନରୋତମ ବିଶ୍ୱାଳ(୪୪)ଙ୍କ ଠାରୁ ୧୩ ଲିଟର ଦେଶୀ ମଦ, ବଂଶରିଆ ଗ୍ରାମର ଦ୍ରୁପଦୀ ମଳିକ(୬୯)ଙ୍କ ଠାରୁ ୧୧ ଲିଟର ବିଦେଶୀ ମଦ, ବାଳକାଟୀ ଗ୍ରାମର ଆରତୀ ମଳିକ(୪୫)ଙ୍କ ଠାରୁ ୧୬ ଲିଟର ବିଦେଶୀ ମଦ ଓ ସୁନିତି ଗ୍ରାମର ପଂଚାନନ ମଳିକ(୫୧)ଙ୍କ ଠାରୁ୨୭ ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ପାଖରୁ ସମୁଦାୟ ୧୬୬ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ମଦ ଜବତ କରାଯାଇ ୨ ମହିଳାଙ୍କ ସମେତ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ନରେଶ କୁମାର ପଣ୍ଡା, କଳ୍ପନା ରାଉତଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *