କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ବିଜେଡ଼ି ଛାଡ଼ିବା ନେଇ ଚର୍ଚ୍ଚା !

କଟକ ସଦର,୨୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ତଥା ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ନେତା, କଟକ ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି, ପୂର୍ବତନ ବିଧାୟକ, ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ସୋମବାର ଦିନ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପରିପ୍ରେକ୍ଷୀରେ ତାଙ୍କର ଏକାନ୍ତ ଅନୁଗତ କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ଖୁବ୍ ଶୀଘ୍ର ବିଜେଡ଼ି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚନ୍ଦ୍ର ସାରଥି ବିଧାୟକରୁ ହାରିବା ପରଠାରୁ କଟକ ସଦରରୁ ନିଜକୁ ଦୂରେଇ ନେଇ ଅଜ୍ଞାତବାସରେ ଥିବା ଅଭିଯୋଗ ହୋଇ ଆସୁଥିଲା।

ହେଲେ ଏବେ ବିଜେଡ଼ି ଶତାଧିକ ନେତାଙ୍କୁ ସଂଗଠନରେ ଥଇଥାନ କରିବା ପରଠାରୁ ଚନ୍ଦ୍ର ସାରଥି ଟିକେ ଦୃଶ୍ୟମାନ ହୋଇଥିବା ଦେଖାଯାଉଛି। ସୂଚନା ଯେ ବିଭିନ୍ନ ସମୟରେ ବ୍ୟାନର ପୋଷ୍ଟର ଓ ହୋଡିଙ୍ଗ୍ ରେ ଦେବାଶିଷ ଙ୍କ ସହିତ ଚନ୍ଦ୍ର ସାରଥି ଙ୍କ ଫଟୋ କର୍ମୀ ମାନଙ୍କୁ ଅନେକ ପ୍ରଶ୍ନବାଚୀ ଆଡ଼କୁ ଟାଣି ନେଇଥିଲା। ଅନ୍ୟ ପକ୍ଷରେ ଚନ୍ଦ୍ର ସାରଥି ଙ୍କ ଏଭଳି କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି କଟକ ସଦରର ଅନେକ ଛାମୁଆ ବିଜେଡ଼ି ନେତା ଓ କର୍ମୀ ଦଳ ଛାଡ଼ିବାକୁ ସଜବାଜ ହେଉଥିବାବେଳେ ଚନ୍ଦ୍ର ସାରଥି ଦଳକୁ ବାଏ ବାଏ କରୁଥିବା ଖବର ଜଣାପଡିବା ପରେ ସେମାନେ ଏବେ ମନ ପରିବର୍ତ୍ତନ କରୁଥିବା ଜଣାପଡିଛି। ହେଲେ ଆଗାମୀ ଦିନରେ କଟକ ବିଜେଡ଼ି ରାଜନୀତି ର ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

 

Leave a Reply

Your email address will not be published. Required fields are marked *