ଭୁବନ ୨୫/୦୫/୨୦୨୬ (ଓଡ଼ିଶା ସମାଚାର)ଭୁବନ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଏବଂ ଏସ ପି ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୯୫ ଟି ଅଭିଯୋଗ ଦାଖଲ ହୋଇଥିଲା । ସେଥି ମଧ୍ୟରୁ ୯୨ ଟି ବ୍ୟକ୍ତିଗତ ଓ ୩ ଟି ସାମୁହିକ /ଗ୍ରାମ୍ୟ ସମସ୍ୟା ଅନ୍ତର୍ଭୁକ୍ତ ଥିଲା । ଘଟଣା ସ୍ଥଳରେ ୯ ଟି ଅଭିଯୋଗର ସମାଧାନ ହୋଇଥିଲା । ଚିକିତ୍ସା ପାଇଁ ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଓ ୪ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ସମୁଦାୟ ୧ ଲକ୍ଷ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୂର୍ଯ୍ୟମଣି ପ୍ରଧାନ, ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ସଞ୍ଜୟ ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ,କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ ଚନ୍ଦ୍ର ମହାନ୍ତି ,
ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ସହକାରୀ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌଦାମିନୀ ସାହୁ ,ଜିଲ୍ଲା ବନଖଣ୍ଡ ଅଧିକାରୀ ,ଭୁବନ ବିଡ଼ିଓ ଆୟୁସି ମହାପାତ୍ର , ତହସିଲଦାର ଶୁଭଶ୍ରୀ ରଥ,ମେଡିକାଲ ଇନଚାର୍ଜ ଡ଼ା .ରମେଶ କୁମାର ସାହୁ,ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
