ସରକାରୀ ଅଧିକାରୀ ଓ ପୋଲିସର ଗୁଣ୍ଡାରାଜ

୩ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା, ୩୧/୦୧/୨୦୨୫(ଓଡ଼ିଶା ସମାଚାର)- ନିକିରାଇ ଥାନା ଅନ୍ତର୍ଗତ ସନ୍ଥପୁରା ଗ୍ରାମରେ ୩ ଜଣ ମହିଳାଙ୍କୁ ମରଣାନ୍ତଙ୍କ ଆକ୍ରମଣ ହୋଇଛି । ଏହି ଆକ୍ରମଣ କରିଛନ୍ତି ସରକାରୀ ଅଧିକାରୀ ଓ ପୋଲିସ । ଏହି ସରକାରୀ ଅଧିକାରୀ ହେଉଛନ୍ତି ଡେରାବିଶ ତହସିଲର ଜନୈକ ଆରଆଇ ସାଇ ମାଡାମ ଓ ଢେଙ୍କାନାଳ ପୋଲିସ । ଆକ୍ରମଣ କରିବା ସହ ମହିଳାମାନଙ୍କ ମୋବାଇଲ ଫୋନ୍ ଲୁଟି ନେଇଚନ୍ତି । ଏହି ଆକ୍ରମଣରେ ମହିଳାମାନେ କ୍ଷତାକ୍ତ ହୋଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ମହିଳାମାନେ ହେଉଛନ୍ତି ସସ୍ମିତା ସାହୁ, ସବିତା ସାହୁ ଓ ରଶ୍ମିତା ସାମଲ । ମହିଳାମାନେ ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି ଯେ ଢେଙ୍କାନାଳର ଦୀପକ ଲେଙ୍କା ଓ ତାଙ୍କ ଭଉଣୀ ପୋଲିସ ଓ ସରକାରୀ ଅଧିକାରୀଙ୍କୁ ଭଡ଼ାରେ ଆଣିଛି । ଏହି ଭଡ଼ାଟିଆ ପୋଲିସ ଓ ସରକାରୀ ଅଧିକାରୀ ଟଙ୍କା ଖାଇ ଗୁଣ୍ଡାରାଜ ଚଳାଇଛନ୍ତି । ତେଣୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି । ଦୀପକ ଲେଙ୍କା ଓ ଭଡାଟିଆ ସରକାରୀ ଅଧିକାରୀମାନେ ହଠାତ ତାଙ୍କ ଘରକୁ ଆସି କୌଣସି କାରଣକୁ କେନ୍ଦ୍ରକରି ଗାଳିଗୁଲଜ କରିଥିଲେ । ମହିଳାମାନେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଏଥିସହ ସବିତା ସାହୁଙ୍କ ସ୍ୱାମୀ ଶ୍ରୀକାନ୍ତ ସାହୁଙ୍କୁ ମଧ୍ୟ ସେମାନେ ଅପହରଣ କରି ନେଇଥିବା ଏତଲାରେ ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *