କଟକ ସଦର,୦୧/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ବରିଷ୍ଠ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ କଟକ ସଦର ର ବିଭିନ୍ନ ଅଞ୍ଚଳରେ ଗରିବ ଓ ନିରାଶ୍ରୟ ମାନଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରି ପ୍ରଶଂସା ସାଉଁଟି ଥିବା ଜଣାଯାଇଛି।
ଏହି ପରିପ୍ରେକ୍ଷୀରେ ପୂର୍ବରୁ ଵେଣ୍ଟକାର ପଞ୍ଚାୟତ ସଵଳପୁର ମୁଣ୍ଡା ସାହିରେ ୩୫ ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ କରିଥିବା ବେଳେ ଗତକାଲି ଓ ଆଜି ସୋମବାର ଦିନ ଝାରକଟା ପଞ୍ଚାୟତ ଅଇନି ରେ ୩୫ ରୁ ଉର୍ଦ୍ଧ୍ବ, କଳପଡା ପଞ୍ଚାୟତ କୂଳକଳପଡା ଭୋଇ ସାହି ରେ ୪୦ ରୁ ଉର୍ଦ୍ଧ୍ବ ଏଵଂ ଵାଵୁଜଙ୍ଗ ପଞ୍ଚାୟତ ଆଦିବାସୀ ବସ୍ତିରେ ୪୦ ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ କରିଛନ୍ତି। ଏଥିସହିତ ସବୁ ସ୍ଥାନରେ ଛୋଟ ଛୋଟ ପିଲା ମାନଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଥିବା ଜଣାପଡିଛି।
ଏଥିରେ ସଂଗଠନ ର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ ଙ୍କ ସମେତ ଉଦୟ ସାସମଲ, ଅଭିମନ୍ୟୁ ସାହୁ,ପ୍ରକାଶ ମାଝି, ଅମିତାଭ ମହାପାତ୍ର,ଇଜାଜ୍ ଖାଁ ପ୍ରମୁଖ ସାମିଲ ହୋଇଥିଲେ।
