ପ୍ରତି ମୃତକ ପରିବାରଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ ଗଞ୍ଜାମ,୨୨/୦୫/୨୦୨୬ (ଓଡ଼ିଶା ସମାଚାର)- ଆଜି ଶୁକ୍ରବାର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ନିକଟ ଲଡକାପଲ୍ଲୀ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ସହିତ ଏକ ବସ୍ ର ଧକା ହେବା ଫଳରେ ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ହେଉଛନ୍ତି ମଲି ବେହେରା (୭୫ ବର୍ଷ), ନରସିଂହ ବେହେରା (୪୩ ବର୍ଷ) ରତନି ବେହେରା ,ଲୀଳାବତୀ ବେହେରା(୪୫ ବର୍ଷ) ,ସ୍ନେହ ବେହେରା (୧୦ ବର୍ଷ) , କିରଣ ବେହେରା (୮ ବର୍ଷ) । ଏହି ଦୂର୍ଘଟଣା ରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାଣି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାର ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
https://x.com/CMO_Odisha/status/2057732316169109896

ସେପଟେ ଏହି ଦୁର୍ଘଟଣା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତି ଭାସନ । ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି । ରେଡକ୍ରସ୍ ପକ୍ଷରୁ ୩୦ ହଜାର ଟଙ୍କାର ସହାୟତା ରାଶି ପାଇଁ ଘୋଷଣା କରାଯାଇଛି ।
ସମସ୍ତେ ଅଟୋ ଯାତ୍ରୀ ଓ ଏରେଣ୍ଡ୍ରା, ଚିକିଟି ଓ ପୁରୁଷୋତ୍ତମପୁର ଅଞ୍ଚଳର ଅଟନ୍ତି। ଏକ ଅଟୋ ଯୋଗେ ଏମାନେ ସିଂହାସିନୀ ପୀଠ ଅଭିମୁଖେ ଯାଉଥିଲେ। ଏକ ବସ୍ ଅଟୋକୁ ଦ୍ରୁତ ଗତିରେ ଆସି ଧକ୍କା ଦେବା ସହ କିଛି ଦୂର ଘୋଷାଡି ନେଇ ଏକ ଗଛ ସହ ପିଟି ଦେଇଥିଲା। ଗୁରୁତର ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତଦେହ କୋଦଳା ଡାକ୍ତରଖାନାରେ ରହିଛି। ଅନ୍ୟ ୨ ଆହତ ମଧ୍ୟ ସେଠି ଚିକିତ୍ସିତ ହେଉଛନ୍ତି।
