ଭଞ୍ଜନଗର ପୌରାଧ୍ୟକ୍ଷ ଙ୍କ ଘର ଉପରକୁ ବୋମାମାଡ଼

ଗଞ୍ଜାମ,୨୨/୦୫/୨୦୨୬(ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଙ୍କ ଘର ଉପରକୁ ଗୁରୁବାର ରାତିରେ ବୋମାମାଡ଼ ହୋଇଛି। ୨ଜଣ ଯୁବକ ଏକ କଳା ପଲସର ବାଇକରେ ଆସି ପ୍ରାୟ ୫୦ ମିଟର ଦୂରରୁ ଗୋପବନ୍ଧୁଙ୍କ ଘର ଉପରକୁ ବୋମା ଫିଙ୍ଗିଥିଲେ। ସେହି ସମୟରେ ଗୋପବନ୍ଧୁ ଘରେ ନଥିଲେ। କିନ୍ତୁ ଘର ଭିତରେ ଥିବା ପରିବାର ଲୋକେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଥିଲେ।   ବୋମା ବିସ୍ଫୋରଣ ପରେ ସେଠାରେ ପୁଲିସ ପହଞ୍ଚି ବିଛୁରିତ ହୋଇ ପଡ଼ି ରହିଥିବା ଛିଣ୍ଡା ସୁତୁଲି, କାଚଗୁଣ୍ଡ, ସିସା ପ୍ରଭୃତି ସାମଗ୍ରୀ ଉଦ୍ଧାର କରିଛି ପୁଲିସ। ବୋମାମାଡ଼ କରି ୨ଯୁବକ ସେଠାରୁ ଫେରାର ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ପୁଲିସ ଏହି ସଂକ୍ରାନ୍ତରେ ତଦନ୍ତ ଚଳାଇ ୨ଯୁବକକୁ ଧରି ଆଣି ଥାନାରେ ଅଟକ ରଖିଛି।

ଏ ସଂକ୍ରାନ୍ତରେ ଗୋପବନ୍ଧୁଙ୍କ ପରିବାରର ତରଫରୁ ଥାନାରେ ଏତଲା ଦିଆଯାଇନାହିଁ। ଆଜି ସୁଦ୍ଧା ଥାନାରେ ଏତଲା ନ ପହଞ୍ଚିଲେ ପୁଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ ପ୍ରକ୍ରିୟାକୁ ଗତିଶୀଳ କରିବ ବୋଲି ଥାନାଧିକାରୀ ଦର୍ଶାଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *