ଅଶ୍ରୁଖୋଳା ର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ

ନିଶ୍ଚିନ୍ତକୋଇଲି, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)- କଟକ ଡ଼୍ରେନେଜ ବିଭାଗ ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତରୁ ବାହାରି ଦୀର୍ଘ ୫୯ କିମି ଗତି କରି ମହାନଦୀରେ ମିଶିଥିବା ଅଶ୍ରୁଖୋଳା ଯୋର ର ପୁନରୁଦ୍ଧାର ଶିଳାନ୍ୟାସ ଉତ୍ସବ ମଣିଜଙ୍ଗ ପଂଚାୟତ ଧାରିବିଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ଜିଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦନଦାସଙ୍କ ପରିଚାଳନାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ପାଟକୁରା ବିଧାୟକ ପ୍ରତିନିଧି ସଂଜୟ ଅଗ୍ରୱାଲା ଯୋଗଦେଇ ଫଳକ ଉନ୍ମୋଚନ କରି ଏହାର ଶୁଭ ଦେଇଥିଲେ । ସୂଚନା ଯୋଗ୍ୟ କି ପ୍ରକୃତିର ଦାନ ହିସାବରେ ଏହା ହଜାର ରୁ ଉଦ୍ଧ୍ୱର୍ ଗ୍ରାମର ଚାଷ ଜମିରୁ ଜଳ ନିସ୍କାସନର ପଥ ହୋଇଥିବାବେଳେ ସ୍ୱାଧିନତାର ୭୬ ବର୍ଷ ପରେ ବି ଏହାର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ହୋଇନଥିଲା । ଏହାର ପୁନରୁଦ୍ଧାର କରାଗଲେ ବହୁ ଚାଷ ଜମି ଜଳ ମଗ୍ନରୁ ଉଦ୍ଧାର ହେବା ସହିତ ଏହା ନିକଟରେ ଥିବା ଗ୍ରାମବାସୀ ଏହାର ଜଳକୁ ବ୍ୟବହାର କରି ଉପକୃତ ହୋଇ ପାରିବେ । ୧୩ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୪ କିମି ୨୦୦ ମିଟର କାର୍ଯ୍ୟ ହେବା ପାଇଁ ଆନ୍ଧ୍ରପ୍ରଦେଶର ନାସବାବୁ କନଷ୍ଟ୍ରକସନ୍ ଏହି କାର୍ଯ୍ୟାଦେଶ ପାଇଥିବାବେଳେ ଫେବୃୟାରୀ ୨୦୨୫ କାର୍ଯ୍ୟ ଶେଷ ହେବାର ସମୟ ନିର୍ଘଂଟ ରହିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ, ବାବୁଜଙ୍ଗ ସରପଂଚ ମିଲନ୍ ଭୂୟାଁ, ମହମ୍ମଦପୁର ସରପଂଚ ପ୍ରତିନିଧି ସରୋଜ କୁମାର ବେହେରା, ନରେନ୍ଦ୍ର କୁମାର ବାରିକ, ଦୂର୍ଗାପ୍ରସାଦ ଦାସ, ଅବିନାଶ ରାଉତ,ସଂଗ୍ରାମ ସାହାଣୀ, କିଶୋର ଚନ୍ଦ୍ର ସାହାଣୀ ପ୍ରମୁଖ ଉପସ୍ଥିତ ଥିବାବେଳେ ମଣିଜଙ୍ଗ ସରପଂଚ ସାରଦା ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *