ନୂତନ ଜାଗରଣର ଅଗ୍ରଦୂତ ଓ ଉତ୍କଳ ଭାରତୀ ଯୋଗ୍ୟ ଦାୟଦ ଥିଲେ ରାଧାନାଥ: ରାଧାନାଥ ଶ୍ରାଦ୍ଧ ଓ ସାଂସ୍କୃତିକ ସମ୍ମିଳନୀ ଉଦ୍ଘାଟିତ

ସୋର, ୧୨/୦୪/୨୦୨୫ (ଓଡ଼ିଶା ସମାଚାର)-  ରାଧାନାଥ ଅନୁକରଣ ନୁହେଁ, ବରଂ ଆତ୍ମିକରଣ କରିଥିଲେ ସାହିତ୍ୟରେ। ତାଙ୍କ ସାହିତ୍ୟ ଥିଲା ଐତିହ୍ୟ ଓ ଐସୂର୍ଯ୍ୟର ଗନ୍ତାଘର । ଗଣନୁଗତିକ କାବ୍ୟକୁ ଭିନ୍ନ ରୂପ ଦେବାରେ ରାଧାନାଥ ଦୃଷ୍ଟିଭଙ୍ଗୀ ଥିଲା ସ୍ୱତନ୍ତ୍ର, ମାତ୍ର ପରିତାପର ବିଷୟ ଓଡିଆ ସାହିତ୍ୟ ଇତିହାସରେ ଯେଉଁ ଗୌରବ ପାଇବା କଥା ତାହା ପାଇନାହାନ୍ତି ।ସେ ଥିଲେ   ନୂତନ ଜାଗରଣର ଅଗ୍ରଦୂତ ଓ ଉତ୍କଳ ଭାରତୀ ଯୋଗ୍ୟ ଦାୟଦ ବୋଲି  ରାଧାନାଥ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଉତ୍ସବରେ ବିଶିଷ୍ଟ କବି ଡ. ଫନୀ ମହାନ୍ତି ଯୋଗଦେଇ କହିଥିଲେ।

ସୋର ରାଧାନାଥ ପାଠାଗାର ଆନୁକୂଲ୍ୟରେ  ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ  ରାଧାନାଥଙ୍କର ମହାପ୍ରତାୟର ୧୧୭ ତମ ଶ୍ରାଦ୍ଧବାର୍ଷିକ ଏବଂ ୮୦ତମ ସାଂସ୍କୃତିକ ସମାରୋହ ଭଦ୍ଘାଟନୀ ଅବସରରେ ରାଧାନାଥ ପାଠାଗାର ସଭାପତି ପଶୁରାମ ଧଡ଼ାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି  ଉତ୍ସବରେ କବି ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବା ଉତ୍ତରରେ କହିଲେ ଯେ ରାଧାନାଥ ଓଡ଼ିଶା ମାଟିରେ କବିତାର ଉତ୍ସର୍ଷଡା ପାଇଁ ନୂତନତ୍ଵର  ରୂପଦେଇ ଶୀର୍ଷରେ ପହଞ୍ଚାଇଥିବା ପ୍ରଥମ କବି ।

ମୁଖ୍ୟବକ୍ତା ଭାବେ ରାମାଦେବୀ ବିଶ୍ବବିଦ୍ୟାଳୟର ପ୍ରପିକା ଡ. ସଂଘମିତ୍ରା ଉଞ୍ଜ ଯୋଗଦେଇ କହିଲେ ଯେ ପ୍ରକୃତିର ବସମୂଦ୍ ହୋଇଥିବାରୁ ରାଧାନାଥ ଥିଲେ ଚିର ସବୁଜ । ଜଣେ କବିର ଚେତନାର ସୌନ୍ଦର୍ଯ୍ୟହିଁ ପାଠକକୁ ବାନ୍ଧି ରଖିପାରେ , ଯାହା ରାଧାନାଥ ଭଲ ଭାବେ ଦାଣିଥିଲେ। ସମ୍ମାନିତ ଅତିଥି ଭାବେ କବି ଇଂଯାମିନୀକାନ୍ତ ଦାସ ଯୋଗଦେଇ  କହିଥିଲେ ଯେ ଭାଷା ଆନ୍ଦୋଳନର ଭିତ୍ତିଭୂମୀ  ପକାଇଥିରେ ରାଧାନାଥ ।

ସେ ପ୍ରକୃତି ଭିତରେ ପ୍ରେମ ଖୋଜିଥିଲେ। ରାଧାନାଥଙ୍କ ଚିଲିକା କାବ୍ୟ ବିଶ୍ଵ ଦରବାରରେ  ସ୍ଥାନ ପାଇଥିଲା ବୋଲି କହିଥିଲେ। ଏହି ଅବସରରେ ଚୈତାଳି ରାଧାନାଥ ଗଦ୍ୟ ସମୀକ୍ଷା ଉନ୍ମୋଚିତ ହୋଇଥିଲା । ସଂପାଦକ ଦାମୋଦର ଦାଶ ମହାପାତ୍ର ମାନପତ୍ର ପାଠ କରିଥିଲେ ।ଅଶୋକ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କଟ ଚ଼ନ୍ଦ୍ର ବେହେରା। ଏହି ଅବସରରେ କୃତି ଛାତ୍ର ଛାତ୍ରୀମାନଙ୍କୁ କବିବର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପଦ୍ମଲୋଚ଼ନ ହିବେଦୀ, ମାୟାଧର ନାୟକ,  ଇନ୍‌ତି ଆଜ ମହମ୍ମଦ, ମହେଶ୍ୱର ପଣ୍ଡା, ବିମଳ ମହାରଣା,ଚେମେଇ ଦାସ, ଉଦ୍ଧବ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *