ଲକ୍ଷ୍ମୀପୁର,୨୨/୦୫/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା) – କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ର ତିନଟି ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ଗୋଟିଏ ମାଧ୍ୟମିକ ବିଦ୍ୟାଳୟକୁ ଅଦ୍ଭୁତ ପୂର୍ଣ୍ଣ ସଫଳତା ମିଳିଛି।ବ୍ଲକ୍ ରେ ଥିବା ଲକ୍ଷ୍ମୀପୁର ଓ କାକିରିଗୁମା ମାଧ୍ୟମିକ ବିଦ୍ୟାଳୟକୁ ନିରାଶ ହେବାକୁ ପଡ଼ିଥିବା ବେଳେ ବୁର୍ଜା ମାଧ୍ୟମିକ ବିଦ୍ୟାଳୟ ବଡ଼ ସଫଳତା ହାସଲ କରିଛି।ଗତ ବର୍ଷ ୯୧ ଶତକଡା ପାସ ହାର ଥିବା ବେଳେ ଚଳିତ ବର୍ଷ ୯୪ ଶତକଡା ରହିଛି।ବୁର୍ଜା ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପରୀକ୍ଷା ନିମନ୍ତେ ୧୧୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୦୪ ଜଣ ପାସ ହୋଇଛନ୍ତି।ସେଥି ମଧ୍ୟରେ ୪୮ ଜଣ ପ୍ରଥମ,ଦ୍ୱିତୀୟ ରେ ମଧ୍ୟ ୪୮ ଓ ମାତ୍ର ୮ ଜଣ ତୃତୀୟ ସ୍ଥାନରେ ଉତୀର୍ଣ୍ଣ ହୋଇଛନ୍ତି।ଯାହାକି ବିଦ୍ୟାଳୟ ପାଇଁ ସବୁଠୁ ବଡ଼ ସଫଳତା ଆଣି ଦେଇଛି।ଛାତ୍ରୀ ସୁମି ମୁଦୁଲି ୪୮୧ ମାର୍କ ରଖି ମାଧ୍ୟମିକ ବିଦ୍ୟାଳୟର ଟପର ହୋଇଛନ୍ତି।

ଲକ୍ଷ୍ମୀପୁର ମାଧ୍ୟମିକ ବିଦ୍ୟାଳର ବିଜ୍ଞାନରେ ୪୦ ଓ କଳାରେ ୮୨ ପ୍ରତିଶତ ପାସ ହାର ରହିଛି।ଯୁକ୍ତ ଦୁଇ କଳାରେ ସମୁଦାୟ ୨୯୪ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୪୩ ଜଣ ପାସ ହୋଇଥିବା ବେଳେ ୮୨ ପ୍ରତିଶତ ପରୀକ୍ଷା ଫଳ ରହିଛି।୩୫ ଜଣ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା ବେଳେ ୭୯ ଜଣ ଦ୍ୱତୀୟ ଓ ୧୨୯ ଜଣ ତୃତୀୟ ସ୍ଥାନରେ ଉତୀର୍ଣ୍ଣ ହୋଇଛନ୍ତି।ଏଥିରେ ସମୁଦାୟ ୫୧ ଜଣ ପରୀକ୍ଷାର୍ଥୀ ଫେଲ ହୋଇଥିବା ବେଳେ ବଜ୍ଞାନରେ ଅଧାରୁ ଅଧିକ ଫେଲ ହୋଇଥିବା ଜଣା ପଡିଛି।ବିଜ୍ଞାନ ରେ ଚଳିତ ବର୍ଷ ୧୮୧ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୭୪ ଜଣ ପାସ ହୋଇଛନ୍ତି।ସେଥି ମଧ୍ୟରେ ପ୍ରଥମ ସ୍ଥାନରେ ମାତ୍ର ୧୩,୨୭ ଜଣ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ୩୫ ଉତୀର୍ଣ୍ଣ ହୋଇଛନ୍ତି।କଳାରେ ଆଶିଷ ଗୌଡ଼ ୪୯୫ ଓ ବିଜ୍ଞାନ ରେ ପ୍ରୀତି ରାଣୀ ଲେଙ୍କା ୪୬୨ ମାର୍କ ରଖି ମାଧ୍ୟମିକ ବିଦ୍ୟାଳୟ ଟପର ହୋଇଛନ୍ତି।
କାକିରିଗୁମା ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ କରି ଯୁକ୍ତ ଦୁଇ କଳାରେ ୧୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୮ ଜଣ ପାସ ହୋଇ ୮୧ ପ୍ରତିଶତ ପାସ ହାର ରହିଛି। ଏଥିରେ ୧୩ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୨୫ ଜଣ ଦ୍ୱତୀୟ ସ୍ଥାନ ଓ ୬୦ ଜଣ ତୃତୀୟ ସ୍ଥାନରେ ଥିବା ଜଣା ପଡିଛି।ଏହି ପରୀକ୍ଷାରେ ୨୨ ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି।
