ବାରମ୍ବାର ବିଜୁଳି କାଟକୁ ନେଇ ଲୋକେ ଅତିଷ୍ଠ

ଲକ୍ଷ୍ମୀପୁର,୨୨/୦୫/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା) – କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏବେ ପ୍ରବଳ ଗରମ ଅନୁଭୂତି ହେଉଛି। ପ୍ରବଳ ଗ୍ରୀଷ୍ମ ସାଙ୍ଗକୁ ଦୁଇ ଦିନ ହେଲା ବାରମ୍ବାର ବିଜୁଳି କାଟ କୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି ।

କେଉଁ କାରଣରୁ ଏଭଳି ଘନ ଘନ ବିଜୁଳି କାଟ ହେଉଛି , ତାହା ଜଣା ପଡୁନଥିବା ବେଳେ ବିଭାଗୀୟ ଅଧିକାରୀ ଚୁପ୍ ବସି ପଡୁଛନ୍ତି।ଏନେଇ ଜିଲ୍ଲା ସ୍ତରିୟ ଅଧିକାରୀ ମଧ୍ୟ ଏଥି ପ୍ରତି ପରଦା ପକାଇ ଚୁପ ରହୁଛନ୍ତି।ସେମାନଙ୍କୁ ଫୋନ ମାଧ୍ୟମରେ ଜଣାଇଲେ ସେଠାକାର ସହକାରି ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ କୁହ,ନଚେତ୍ କଷ୍ଟୋମର କେଆରକୁ ଫୋନ୍ କର,ଆମେ କିଛି କରିପାରିବୁନି ବୋଲି କହି ଚୁପ ରହୁଛନ୍ତି।ଅପର ପଟେ ଖରା ଦିନ ବିଜୁଳି କାଟ ହେଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର କହିଥିବା ବେଳେ ତାଙ୍କ କଥାକୁ ବି ଟାଟା ପାୱାର ଖାତିର କରୁନି।ଲକ୍ଷ୍ମୀପୁର ବ୍ଲକ ରେ ବାର ବାର ବିଜୁଳି କାଟ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ବିଜୁଳି ସମସ୍ୟା ଜାରି ରହିଛି। ଏବେବି ଅନେକ ଦୁର୍ଗମ ଅଞ୍ଚଳ ଅନ୍ଧାର ରେ ଥିବା ଅଞ୍ଚଳବାସୀ କହିଛନ୍ତି।ବିଜୁଳି ବିଭାଗ କାର୍ୟ୍ୟାଳୟରେ ପଚାରିଲେ ବିନ୍ନ ଆଳ ଦେଖାଇ ବିଭାଗୀୟ ଅଧିକାରୀ ଖସି ଯାଉଛନ୍ତି।ହେଲେ ମାସ ପୁରିବା ମାତ୍ରକେ ବିଲ୍ ତୁରନ୍ତ ନ ବାନ୍ଧିଲେ ବିଜୁଳି ସଂଯୋଗ କାଟି ଦିଆଯିବ ବୋଲି ଡାକବାଜି ଯନ୍ତ୍ର ଦ୍ୱାରା ବୁଲି ବୁଲି କୁହାଯାଉଛି।

ବର୍ତ୍ତମାନ ବ୍ଲକରେ ଏବେ ଅତ୍ୟଧିକ ଗରମ ଅନୁଭୂତ ହେଉଥିବାବେଳେ ରାତିରେ ସାମାନ୍ୟ ଥଣ୍ଡା ଲାଗୁଛି । ସୂର୍ୟ୍ୟ ଉଦୟ ହେବାପରେ ଗରମ ଲାଗୁଛି। ଦିନ ବାରଟା ପରଠୁ ତାପ ମାତ୍ରା ୩୫ ଡ଼ିଗ୍ରୀ ରହୁଛି।ଏଇ କ୍ଷେତ୍ରରେ ଏବେଠାରୁ ବିଜୁଳି ସମସ୍ୟାକୁ ନେଇ ସମସ୍ତଙ୍କୁ ଚିନ୍ତା ଘାରିଲାଣି।ନିୟମ ଅନୁଯାୟୀ ଯୋଉ ଅଞ୍ଚଳର ବିଜୁଳି ଖରାପ ରହୁଛି , ସେଠାକାର ବିଜୁଳି କାଟି କାମ କରିବା କଥା । ଏଠି କିନ୍ତୁ ତାହା ପାଳନ ହେଉନି। ବ୍ଲକର ହଜାର ହଜାର ଲୋକ ବିଜୁଳି କାଟ୍ କୁ ନେଇ ଅତିଷ୍ଟ ହୋଇ ପଡିଲେଣି।ଛୋଟିଆ କାମ ପାଇଁ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ କରାଯାଉଛି।ବିଜୁଳି କାଟ ଯୋଗୁଁ ଲୋକଙ୍କୁ ପାନୀୟ ଜଳ,ସ୍ବାସ୍ଥ୍ୟ ସେବା ସହ ପିଲାଙ୍କ ପାଠ ପଢ଼ାରେ ଅସୁବିଧା ହେଉଛି।ବିଦ୍ୟୁତ ବିଭାଗ କାର୍ୟ୍ୟାଳୟରେ କଣ ପାଇଁ ବିଜୁଳି କାଟ୍ କରିଛ ବୋଲି ପଚାରିଲେ କିଛିନା କିଛି ବାହାନା ଦେଖାଇ କର୍ମଚାରୀ ବି ଚୁପ୍ ରହୁଛନ୍ତି। ଖାଲି ବିଜୁଳି କାଟ ନୁହଁ ବିଲ୍ ସମସ୍ୟା ମଧ୍ୟ ଲୋକଙ୍କୁ ଅତିଷ୍ଟ କଲାଣି।ଟାଟା ପାୱାର ନେବା ପରଠୁ ବ୍ଲକର ହଜାର ହଜାର ଉପଭୋକ୍ତା ନାହିଁ ନଥିବା ସମସ୍ୟା ରେ ପଡିଛନ୍ତି।ତେଣୁ ଆଗକୁ ଏଇ ବିଜୁଳି ସମସ୍ୟା ରୁ ଉପଭୋକ୍ତା କେମିତି ମୁକ୍ତି ପାଇବେ ସେଥି ପ୍ରତି ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ସବୁ ମହଲରେ ଦାବି ବୋଇଛି।

Leave a Reply

Your email address will not be published. Required fields are marked *