ଶିକ୍ଷକ ନିର୍ମଳ ସ୍ୱାଇଁ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

କେନ୍ଦ୍ରାପଡ଼ା, ୦୮/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଂଚାୟତର କୁସୁପୁର ନୋଡାଲ ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନିର୍ମଳ କୁମାର ସ୍ୱାଇଁ ୨୦୨୪-୨୫ ଶିକ୍ଷାବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ପବିତ୍ର ଗୁରୁଦିବସ ଅବସରରେ ଇଛାପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲା ସ୍ତରୀୟ ଉତ୍ସବରେ ଜିଲାପାଳ ରଘୁରାମ ଆର.ଆୟାର ଓ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଠାରୁ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ପୁଷ୍ପଗୁଛ, ଉତରୀୟ, ମାନପତ୍ର ଓ ଟ୍ରଫି ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଶିକ୍ଷକ ଶ୍ରୀ ସ୍ୱାଇଁ ୨୦୨୩-୨୪ଶିକ୍ଷା ବର୍ଷରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ବିଦ୍ୟାଳୟ ତଥା ଜିଲାର ଗୌରବ ବୃଦ୍ଧି କରିଥିଲେ । ଏଥିପାଇଁ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଓ ଶୁଭେଛୁମାନେ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶିକ୍ଷକଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଜଗନ୍ନାଥପୁର ଗ୍ରାମରେ ମଧ୍ୟ ଆନନ୍ଦର ଲହରି ଖେଳିଯାଇଛି ।

ଏହି କୃତୀତ୍ୱରେ ତାଙ୍କ ପିତାମାତା ଖୁସି ବ୍ୟକ୍ତ କରିବା ସହ ପୁତ୍ରର ଏହି ସଫଳତା ପାଇଁ ପରିଶ୍ରମ ଓ କର୍ମନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । ଶିକ୍ଷକ ଶ୍ରୀ ସ୍ୱାଇଁ ଜଣେ ଛାତ୍ରବତ୍ସଳ ଶିକ୍ଷକ, ଶିକ୍ଷକ ନେତା, ସମାଜସେବୀ, ମିଷ୍ଟଭାଷୀ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତିତ୍ୱ ଭାବେ ସାଧାରଣରେ ପରିଚିତ । ଶିକ୍ଷକ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ତାଙ୍କର ଏହି ପୁରସ୍କାର ପାଇବା ପଛରେ ପିତାମାତାଙ୍କ ଆଶ୍ରିର୍ବାଦ, ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପ୍ରେରଣା, ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ, ବନ୍ଧୁ ଓ ଶୁଭେଛୁମାନଙ୍କର ଉତ୍ସାହ ପ୍ରଦାନ ରହିଛି । ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ବିଭିନ୍ନ ଶିକ୍ଷକ ସଂଘ ଓ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି ।

Leave a Reply

Your email address will not be published. Required fields are marked *