କଟକ ସଦର ବ୍ଲକ୍: ଆକାଉଣ୍ଟ ଅଫିସର ଦଶ ବର୍ଷରୁ ଉର୍ଦ୍ଧ୍ବ ରହିଛନ୍ତି  କେଉଁ ସ୍ୱାର୍ଥରେ ?

କଟକ ସଦର,୨୧/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଣେ ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ସମୟ ରହିପାରିବ ନାହିଁ ବୋଲି ସରକାରଙ୍କ ମାର୍ଗ ଦର୍ଶିକା ବଳବତ୍ତର ଥିବା ବେଳେ କଟକ ସଦର ବ୍ଲକରେ ଜନୈକା ଆକାଉଣ୍ଟ ଅଫିସର ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରହିବା କେଉଁ ସ୍ୱାର୍ଥରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ଏବେ ନିକଟରେ ଵଦଳି ହୋଇଥିବା ସତ୍ତ୍ଵେ ଅଧିକାରିଣୀ ଜଣଙ୍କ ଵଦଳି ସ୍ଥାନକୁ ନଯାଇ ଗାଦି ମାଡ଼ି ବସିଥିବା ଅଭିଯୋଗ ହେଉଛି। ସେଥିରେ ବ୍ଲକରେ କୋଟି କୋଟି ଟଙ୍କା ର ଦୁର୍ନୀତି ହୋଇଥିଵା ଖଵର ଜଣାପଡିବା ପରେ ରାତିଅଧିଆ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର କୁ ପୋଡ଼ି ଦିଆଯିବା ଘଟଣା ପଦାକୁ ଆସିଛି। ଏଥିରେ ଆକାଉଣ୍ଟ ଅଫିସର ଙ୍କର ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *