ସାଲେପୁର ୨୪/୦୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )- ମିଲର ମାନଙ୍କ ମନମାନି ଓ ସମବାୟ ସମିତି, ଅଧିକାରୀ ଙ୍କ ମଧୁ ଚନ୍ଦ୍ରିକା ପାଇଁ ଅତିଷ୍ଠ ଚାଷୀମାନେ ଆଜି ରାସ୍ତାରେ ଧାନବସ୍ତା ରଖି ପ୍ରତିବାଦ କରିଛନ୍ତି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ରାଇସୁଙ୍ଗୁଡା ସେବାସମବାୟ ସମିତି ଅଧିନସ୍ଥ ରାଇସୁଙ୍ଗୁଡା ମୁଖ୍ୟ ବଜାର ଠାରେ ।
ସରକାର ଚାଷୀ ଙ୍କ ସୁବିଧା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ମିଲର ଏବଂ ସୋସାଇଟି ର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଧାନମଣ୍ଡି ସମସ୍ୟା ଲାଗି ରହିଛି ।
କଟନୀ ଛଟନୀ ସହ ମିଲରଙ୍କ ମାନମାନି ଯୋଗୁ ଏବେ ଟୁକନ ଥାଇ ଆଇ (EYE)ସ୍କାନ ସରିବା ପରେବି ମିଲର ମଣ୍ଡିରୁ ଧାନ ଉଠାଉ ନାହିଁ। ଚାଷୀ ମଣ୍ଡିରେ ଧାନ ଆଣି ରାତିରାତି ଉଜାଗର ରହିବାକୁ ପଡୁଛି।
ଏବେ ଟୁକନ ଅବଧି ଶେଷ ହୋଇ ଗଲାଣି। ଏଣୁ ଚାଷୀ ବାଧ୍ୟ ହୋଇ ରାଜ ରାସ୍ତା ରେ ଛିଡ଼ା ହେବାକୁ ପଡିଛି ।
ଏ ଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ଥ ରାଇସୁଙ୍ଗୁଡ଼ା ସେବା ସମବାୟ ସମିତି ରେ।
ଶତାଧିକ ଚାଷୀଙ୍କ ଟୁକନ ଅବଧି ସରିଥିବା ବେଳେ ମିଲର୍ ଙ୍କ ଦେଖା ନାହିଁ । ଯାହା ଫଳରେ ଚାଷୀ ମାନେ ଧାନ ଦେଇ ନପାରି ହତାଶ ହୋଇଛନ୍ତି । ମିଲର ଓ ସୋସାଇଟି ର ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଆଜି ରାଇସୁଙ୍ଗୁଡା ରାଜ ରାସ୍ତା ରେ ଧାନ ବସ୍ତା ରଖି ରାସ୍ତା ଉପରେ ବସିରହିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
