ପାଟକୁରା ୧୧/୦୨/୨୦୨୫ (ଓଡ଼ିଶା ସମାଚାର)- ସୋମବାର ପୂର୍ବାହ୍ନ ରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଉଦଘାଟିତ ହୋଇଯାଇଛି । ଗରଦପୁର ବ୍ଳକ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ବନ୍ତଳା ପଂଚାୟତ ହାଇସ୍କୁଲ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ ପିଲାମାନଙ୍କୁ କୃମି ନାଶକ ବଟିକା ଖୁଆଇ ଏହାର ଇଦଘାଟନ କରିଥିଲେ । ଶରୀର ମଧ୍ୟରେ କୃମିର ଭୟାବହତା ବାବଦରେ ଡାକ୍ତର ପ୍ରହରାଜ ସେଠାରେ ଉପସ୍ଥିତ ଥିବା ବିଦ୍ୟାର୍ଥୀ ଓ ଜନସାଧାରଣଙ୍କୁ ବିଶଦ ଭାବେ ବୁଝାଇଥିଲେ । କୃମିଯୋଗୁ ସାଧାରଣତଃ ରକ୍ତ ହୀନତା ଓ ଦୃଷ୍ଟି ହୀନତା ର ଶିକାର ହେବାକୁ ପଡିଥାଏ ।
ଏଣୁ ତୁରନ୍ତ ଶରୀର ମଧ୍ୟରେ ଥିବା କୃମିକୁ ନାଶନ କରିବାକୁ ପଡିବବୋଲିଡାକ୍ତର ପ୍ରହରାଜ ମତବ୍ୟକ୍ତ କରିଥିଲେ । ଏତଦ ବ୍ୟତୀତ ଏହି ବାଟିକାର ପାର୍ଶ୍ଵ ପ୍ରତି କ୍ରିୟା ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ ଦଶ ତାରିଖ ଓ ଅଗଷ୍ଟ ମାସ ଦଶ ତାରିଖରେ ପାଳନ କରାଯାଉଛି । ଜନ ସାଧାରଣ ସହଯୋଗ କଲେ କାର୍ଯ୍ୟକ୍ରମଟି ଧାର୍ଯ୍ୟ ଲକ୍ଷରେ ପହଂଚି ପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ । ଏଡିଏମ( ଏଫ ଡବ୍ଲୁ )ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର,ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଗୀତାଞ୍ଜଳି ଦାଶ,ଡ଼ି ଏମ କୃଷ୍ଣଚନ୍ଦ୍ର ଲୋହା, ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିରଞ୍ଜନ କର, ବ୍ଳକ ପୋଗ୍ରାମ ମ୍ୟାନେଜର ଉଷାରଣୀ ବାରିକପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ ସମ୍ପର୍କରେ ବିଶେଷ ସୂଚନା ଦେଇଥିଲେ ଓ ଖାଇବା ପୂର୍ବରୁ ହାତ ଧୋଇବା ଅଭ୍ୟାସ ସମସ୍ତେ ଅଭ୍ୟାସରେ ପକାଇବା ଉଚିତ ବୋଲି ବୁଝାଇଥିଲେ । ହାଇସ୍କୁଲରେ ଅଧୟନରତ ଏକଶହ ପଚାଶ ଜଣ ବିଦ୍ୟାର୍ଥୀ କୃମିନାସକ ବଟିକା ଖାଇଥିଲେ । ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ପରିଡାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାର୍ଥୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ଉଦଘାଟିତ
