ଭୁବନେଶ୍ୱର,୨୦/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଖୋର୍ଦ୍ଧା,ପିତାପଲ୍ଲୀ ସ୍ଥିତ ବିଶ୍ୱାସ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଚଳିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ପରୀକ୍ଷା -୨୦୨୬ (ବିଜ୍ଞାନ ସ୍ରୋତ)ରେ ଅଭୂତପୂର୍ବ ସଫଳତା ହାସଲ କରିଅଛି। ପାସ୍ ହାର ଶତ ପ୍ରତିଶତ ଥିବା ବେଳେ ବିଦ୍ୟାଳୟର ଛାତ୍ରୀ ରୋନାଲୀ ସାହୁ ୫୯୨ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହେବା ସହ ରାଜ୍ୟରେ ଷଷ୍ଠତମ ସ୍ଥାନ ମଣ୍ଡନ କରିଛନ୍ତି।
ଏହା ବ୍ୟତୀତ ୨୯ଜଣ ୯୦% ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ ଶତକଡା ୯୫% ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପିଲାମାନଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ର ଚେୟାରମ୍ୟାନ ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡ଼େଇ , ସମ୍ପାଦିକା ଡକ୍ଟର ନନ୍ଦିନୀ ଘଡ଼େଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର କର ପିଲାମାନଙ୍କର ନିଷ୍ଠାପର ଉଦ୍ୟମ ,ଅଧ୍ୟାପିକା ଅଧ୍ୟାପକ ମାନଙ୍କର ନିରନ୍ତର ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । ୨୦୧୦ ରୁ ଏହି ବିଦ୍ୟାଳୟ ଓଡ଼ିଶାରେ ଉତ୍ତମ ଶିକ୍ଷା ପ୍ରଦାନ କରି ଆସୁଅଛି ।
