ମାଟି୍ରକ ସପ୍ଲିମେଂଟାରୀ ପରୀକ୍ଷାଫଳ ପ୍ରକାଶିତ

ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ
କଟକ, ୧୬/୦୮/୨୦୨୫(ଓଡ଼ିଶା ସମାଚାର)- ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ
ବର୍ଷର ମାଟି୍ରକ ସପ୍ଲିମେଂଟାରୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ବୋର୍ଡ଼ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପରୀକ୍ଷା ଫଳ ପ୍ରକାଶ ନେଇ ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।
ସପ୍ଲିମେଂଟାରୀରେ ପାସ ହାର ୫୬.୨୩ ପ୍ରତିଶତ ରହିଛି । ଚଳିତବର୍ଷ ସପ୍ଲିମେଂଟାରୀ ପରୀକ୍ଷାରେ ୩୪୫୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ମୋଟ ୧୯୪୪ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏ-୨ ଗ୍ରେଡ଼ରେ ୩ଜଣ, ବି-୧ ଗ୍ରେଡ଼ରେ ୧୪, ବି-୨ ଗ୍ରେଡ଼ରେ ୩୯, ସି ଗ୍ରେଡ଼ରେ ୧୧୩, ଡ଼ି ଗ୍ରେଡ଼ରେ ୨୭୬ ଓ ଇ ଗ୍ରେଡ଼ରେ ୫୨୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏହା ସହ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଏଥିରେ ୫୫.୨୬ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।
ମୋଟ ୫୯୭୩ ଛାତ୍ରଛାତ୍ରୀ ପାସ କରିଛନ୍ତି । ଏ-୨ ଗ୍ରେଡ ÿରେ ୧୩ଜଣ, ବି-୧ ଗ୍ରେଡ଼ରେ ୨୩୨, ବି-୨ ଗ୍ରେଡ଼ ରେ ୭୨୩, ସି ଗ୍ରେଡ଼ ରେ ୧୭୩୮, ଡ଼ି ଗ୍ରେଡ଼ ରେ ୨୦୭୫ ଓ ଇ ଗ୍ରେଡ଼ରେ ୧୧୯୨ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡ଼ିଶା.ଏସି.ଇନ୍ ରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ସପ୍ଲିମେଂଟାରୀ ଓ ଓପନ ସ୍କୁଲ ପରୀକ୍ଷାର୍ଥୀମାନେ ଚଳିତ ବର୍ଷ ୱେବସାଇଟରେ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ଼ ସଭାପତି ଶ୍ରୀ ତରାଇ କହିଛନ୍ତି ।

Leave a Reply

Your email address will not be published. Required fields are marked *