” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା

ବାଲିଗୁଡା,୨୨/୦୭/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ +୩ ଛାତ୍ରଛାତ୍ରୀଙ୍କୁ ନେଇ ବୁଧବାର ଉଚ୍ଚ ଶିକ୍ଷା ବିଭାଗର ପ୍ରତ୍ୟକ୍ଷ ଅନୁଦାନରେ ଏକ ସଚେତନତା କାର୍ୟ୍ୟକ୍ରମ ” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା (ଷ୍ଟାର୍ଟ ଅପ୍ ଏଣ୍ଡ ଇନୋଭେସନ) ଅନୁଷ୍ଠିତ ହୋଇ ଯାଇଛି ।

ଏଥିରେ ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର  ମୁଖ୍ୟ ପରିଚାଳକ ଅକ୍ଷୟ କୁମାର ବେହେରା ସମ୍ୱଳ ବ୍ୟକ୍ତିତ୍ୱ ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ୟ୍ୟ ସ୍ୱାଗତ ସମ୍ଭାଷଣ ସହ କାର୍ୟକ୍ରମର ଅନ୍ତ୍ରନିହିତ ଉଦ୍ଦେଶ୍ୟ ପ୍ରଖ୍ୟାପନ କରିଥିଲେ । ଏକାଉଣ୍ଟ ବର୍ସର ସରୋଜ କୁମାର ପାଠୀ ବିଶ୍ଳେଷଣାତ୍ମକ  ଟିପ୍ପଣୀ ରଖିଥିଲେ । ଅନ୍ତଃ ଗୁଣବତ୍ତା ପ୍ରକୋଷ୍ଠ ସଂଯୋଜକ ହିମାଂଶୁ ଚରଣ ସାହୁ, କାର୍ୟ୍ୟକ୍ରମ ସଂଯୋଜକ ତାପସ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ  ଦେଇଥିଲେ । ଶେଷରେ ନାକ୍ ସଂଯୋଜକ ଡ.ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *