ଜୁନାଗଡ଼ ୦୭/୦୨/୨୦୨୫ (ଓଡ଼ିଶା ସମାଚାର (ରାକେଶ ବେମାଲ)-ଜୁନାଗଡ ସହର ହଣ୍ଡା ଖାଲ ପଡ। ସ୍ଥିତ ଏଲନିସି ମିଶନ୍ ସ୍କୁଲ ର ୨୮ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପ୍ରିୟ ଦର୍ଶନି ଇନ୍ଦିରା ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଭୂତି ଭୂଷଣ ମେହେର୍ ଯୋଗଦେଇ ଥିଲେ । ଶ୍ରୀ ମେହେର୍ ଏହି ସ୍କୁଲ କିପରି ଆହୁରି ଆଗକୁ ଯିବ ଏବଂ ଏହି ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ୱଳମୟ ହେବ ସେ ନେଇ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ପି ଆଇ କଲେଜ ର ଖେଳ ଶିକ୍ଷକ ସମୀର ସାହୁ ସ୍କୁଲ ର ନିର୍ଦ୍ଦେଶକ କୋଶୀ ଜୟ କୋଟୀ, ସ୍କୁଲ୍ ଅଧ୍ୟକ୍ଷା ଟି ବି ସିନ୍ଧୁ ମଞ୍ଚାସୀନ ହୋଇଥିଲେ । ସ୍କୁଲ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ରଙ୍ଗା ରଙ୍ଗ କାର୍ୟ୍ୟ କ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ୟ୍ୟକ୍ରମ ସମସ୍ତଙ୍କ ମନ ଛୁଇଁଥିଲା। ଏହି କାର୍ୟ୍ୟ କ୍ରମ କୁ ସ୍କୁଲ ର ବରିଷ୍ଠ ଶିକ୍ଷକ ଜନ୍ମେଜୟ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଉକ୍ତ କାର୍ୟ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।
ଜୁନାଗଡ ଏଲନିଶି ମିଶନ ସ୍କୁଲ ର ୨୮ତମ ବାର୍ଷିକ ଉତ୍ସବ ପାଳିତ ।
