ଜୁନାଗଡ,୨୪/୦୫/୨୦୨୫ (ଓଡ଼ିଶା ସମାଚାର/ରାକେଶ ବେମାଲ):ଆଜି ସକାଳ ୮ ଘଣ୍ଟା ସମୟରେ ଜୁନାଗଡ ନିକଟସ୍ଥ ବଳଦିଆମାଲ ଛକ ଠାରେ ଘଟିଥିବା ଏକ ଟ୍ରକ୍ ଦୁର୍ଘଟଣାରେ ୭୦ ବର୍ଷ ବୟସ୍କ କଳ୍ପେଶ୍ଵର ମେହେରଙ୍କ ଦୁଃଖଦ ମୃତ୍ୟୁ ଘଟିଛି।
ସ୍ଥାନୀୟ ସୂଚନା ଅନୁଯାୟୀ,ମୃତକ କଳ୍ପେଶ୍ଵର ମେହେର ନିଜ ଦୋକାନ ଖୋଲିବା ପାଇଁ ଘରୁ ବାହାରିଥିଲେ। ଏହି ସମୟରେ ଭବାନୀପାଟଣା ରୁ
ଜୟପୁର କୁ ଯାଉଥିବା ଏକ ଟ୍ରକ୍ (TS08UE8838) ତାଙ୍କୁ ଧକ୍କା ଦେଇଥିଲା ବୋଲି ଜଣା ପଡିଛି। ଧକ୍କାର ଘାତ ଏତେ ଭୟାନକ ଥିଲା ଯେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି । ଟ୍ରକ୍ ଚାଳକଙ୍କ ଖୋଜ ଜାରି ରହିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଜୁନାଗଡ ଉପଯୋଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଏହି ଦୁର୍ଘଟଣା ରେ ବ୍ୟବସାୟୀଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
