କଟକ ସଦର ,୧୮/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ନିଜ ସମ୍ପର୍କୀୟ ଝିଆରୀ ନର୍ସିଂ ଛାତ୍ରୀକୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଜନୈକା ସରପଂଚଙ୍କ ସ୍ୱାମୀ ଗିରଫ ହେବା ଭଳି ଏକ ସମ୍ବେଦନଶୀଳ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚର ବିଷୟ ହୋଇଛି। 
ପ୍ରକାଶ ଯେ କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ଢିଅସାହି ଗ୍ରାମର ତଥା ଗତିରାଉତପାଟଣା ସରପଂଚ ସୋନାଲୀ ରାଉତଙ୍କ ସ୍ୱାମୀ ନିଲୁ ଓରଫ ନିରଞ୍ଜନ ରାଉତ ତାଙ୍କ ପରିବାରର ସମ୍ପର୍କୀୟ ଝିଆରୀଙ୍କୁ ଗତକାଲି ଗୁରୁବାର ବିଶ୍ୱକର୍ମା ପୂଜା ଦିନ ଭୋଗ ଖାଇଵାକୁ ଡାକି ବଳାକ୍ତାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଏସିପି ସୁଧାଂଶୁ ଭୁଷଣ ଜେନା ଥାନାକୁ ଯାଇ ଉକ୍ତ ମାମଲାର ତଦନ୍ତ ଚଳାଇଥିବା ବେଳେ ମାମଲା ନଂ ୨୦୫/ ୨୦୨୬ ଓ ଦଫା ୧୨୭(୨),୭୪,୭୫ ରେ ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ଅଭିଯୁକ୍ତ ନିରଞ୍ଜନ ରାଉତଙ୍କୁ ଆଜି ଶୁକ୍ରବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
