ମିଶନ ରକ୍ତଦାନ ତରଫରୁ ବିଶାଳ ରକ୍ତଦାନ ଶିବିର

ଭୁବନେଶ୍ୱର,୨୦/୦୫/୨୦୨୬(ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ରକ୍ତଦାନ ହେଉଛି ମାନବତାର ସର୍ବୋତମ ସେବା ଓ କର୍ତବ୍ୟ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାର ଗୁଡ଼ିକରେ ରକ୍ତର ଅଭାବ ପରିଲକ୍ଷିତ ହୁଏ । ଏହାଦ୍ୱାରା ଥାଲାସେମିଆ, କର୍କଟ, ଦୁର୍ଘଟଣା, ଗର୍ଭବତୀ ମହିଳା ଓ ଶିଶୁଙ୍କ ଜୀବନ ବିପଦ ମୁଖରେ ପଡ଼ିବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି “ମିଶନ ରକ୍ତଦାନ” ତରଫରୁ ଦୀର୍ଘବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମ କରାଯାଉଛି । ଆଜି ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ପରିସରରେ ମିଶନ ରକ୍ତଦାନ, ଜାତୀୟ ଯୁବ ପ୍ରକଳ୍ପ, ଭାରତୀୟ ବିଦ୍ୟା ଭବନ ଓ ୟୁଥ ଫର ଭଲୁ୍ୟନ୍ଟାରୀ ୱାର୍କର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ କାର୍ଯ୍ୟକ୍ରମ ମିଶନ ରକ୍ତଦାନର ପ୍ରତିଷ୍ଠାତା ହରପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ୭୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ, ପୂର୍ବତନ ଖଦୀବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଯୁବନେତା ମନ୍ମଥ ରାଉତରାୟ, ଚଳଚ୍ଚିତ୍ର ଅଭିନେତ୍ରୀ ଦେବଯାନୀ ଦେଗୁରିଆ, ଜାତୀୟ ଯୁବ ପ୍ରକଳ୍ପର ରାଷ୍ଟ୍ରୀୟ ଟ୍ରଷ୍ଟୀ ମଧୁସୂଦନ ଦାସ, ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ଜୟନ୍ତ କୁମାର ମହାନ୍ତି, ସମ୍ପାଦକ ପ୍ରଦୀପ କୁମାର ପଟ୍ଟନାୟକ, ଗାନ୍ଧୀବାଦୀ ନେତା ପ୍ରହଲ୍ଲାଦ ସିହ୍ନା, ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଅଲିଅଳି ମଲ୍ଲିକ, ରଞ୍ଜୁଲତା ରାୟ, ଆସିୟା ବେଗମ, ସମାଜସେବୀ ରୋଜାଲିନ୍ ପାଟ୍ଟଶାଣୀ, ସମାଜସେବୀ ମାନି ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସ୍ୱଇଚ୍ଛାରେ ରକ୍ତଦାନ କରିବା ସହ ଅନୁଷ୍ଠାନ ଗୁଡ଼ିକର ଏହି ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ବିଭୂତି ଭୂଷଣ ସାହୁ, ସୂର୍ଯ୍ୟକାନ୍ତ ସେଠି, ଦେବଯାନୀ ଦାସ, ସତ୍ୟବ୍ରତ ଜେନା ଏବଂ ଜୟଦେବ କଲେଜର ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *