ସାଲେପୁର,୧୯/୦୫/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-ସାଲେପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, (ସି ପି ଆଇ) ପକ୍ଷରୁ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ, ସିଂହ ସାହି ରାସ୍ତାର ସମସ୍ୟା ସମାଧାନ, ଭୂମିହୀନ ମାନଙ୍କୁ ଜମି ପ୍ରଦାନକରି ଥଇଥାନ କରିବା , ଚୁଡାଖିଆ ମଶାଣି କୁ ଜବରଦଖଲ ମୁକ୍ତ କରିବା ଆଦି ଦାବି ନେଇ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଜୋନାଲ ସମ୍ପାଦକ ସୁନାକର ବରାଳ, ପୂର୍ବତନ ସମିତି ସଭ୍ୟ ଉଦୟ କେଶରୀ ବର୍ମା,ଯୁବ ନେତା ରମେଶ ନାୟକ, ଶେଖ ରିଜୁଆନ,ଶ୍ରମିକ ନେତା ତ୍ରୈଲୋକ୍ୟ ନାଥ,ହିମାଂଶୁ ଭୂୟାଁ, ନାରୀ ନେତ୍ରୀ ପୁର୍ଣିମା ମହାନ୍ତି, କୁନି ଭୋଇ, ଝରି ଭୋଇ ପ୍ରମୁଖ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା ।
