ଜଗତସିଂହପୁର, ୧୩/୦୨/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ସଦର ମହକୁମା ସ୍ଥିତ ଡାକ ବଙ୍ଗଳା ଛକ ସମ୍ମୁଖରେ ଥିବା ପଡିଆ ଠାରେ ବିଜେପି ପକ୍ଷରୁ ଆୟୋଜିତ ଲୋକସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ ଯୋଗ ଦେଇଥିଲେ। ପ୍ରଥମେ ଶ୍ରୀ ଚୌହାନଙ୍କୁ ଜଗତସିଂହପୁର ସ୍ଥିତ ଜଇଶୋଳ ଠାରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସୁବୋଧ ବାରିକ ସମ୍ବର୍ଦ୍ଧନା ଜଣାଇ ତାଙ୍କ ବାସ ଭବନରେ ମଧ୍ୟାହ୍ନ ଭୋଜନ କରାଇବା ପରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଧୀର ମଲ୍ଲିକ, ଉପସଭାପତି ସୌଭାଗ୍ୟ ସ୍ୱାଇଁ, ନଗର ଉପାଧ୍ୟକ୍ଷ ତଥା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜେନ୍ଦ୍ର ବିଶୋଇ ଓ ନଗର ସଭାପତି ରାଜନାରାୟଣ ସାହୁ ଙ୍କ ସମେତ ହଜାର ହଜାର କର୍ମୀ ବିଶାଳ ବାଇକ୍ ଶୋଭାଯାତ୍ରା ରେ ସଭାସ୍ଥଳକୁ ପାଛୋଟି ଅଣିଥିଲେ। ଆୟୋଜିତ ସଭାରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଲୋକସଭା ପ୍ରଭାରୀ ପବିତ୍ର ଦାଶ, ସାଧାରଣ ସମ୍ପାଦକ ଯତୀନ ମହାନ୍ତି,ବାଇଧର ମଲ୍ଲିକ, ଛବି ମଲ୍ଲିକ,ସମ୍ପଦ ସ୍ୱାଇଁ, ରାଜକିଶୋର ବେହେରା, ସଞ୍ଜୟ ମହାନ୍ତି, ପ୍ରତାପ ମିଶ୍ର, ଶିବବ୍ରତ ଦାସ, ଉପେନ୍ଦ୍ର ବିଶ୍ୱାଳ ଙ୍କ ଭଳି ସ୍ଥାନୀୟ ନେତାମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବ। ସାରା ଦେଶ ତଥା ରାଜ୍ୟରେ ଜଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକମାନଙ୍କର ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ରାଜ୍ୟର ବିଜେଡି ସରକାର ଦୁର୍ନୀତିଗ୍ରସ୍ତ ହେବା ସହିତ ରାଜ୍ୟରେ ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି। ରାଜ୍ୟରେ ବିଜେଡି ସରକାର ଉପରେ ଲୋକମାନଙ୍କର ଆଉ ବିଶ୍ୱାସ ନାହିଁ। କଂଗ୍ରେସ ଦଳ ଦେଶରେ ତଥା ରାଜ୍ୟରେ ନିଜର ସତ୍ତା ହରାଇ ସାରିଛି। ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଶ୍ରୀ ଚୌହ୍ୱାନ ତାଙ୍କ ବକ୍ତବ୍ୟରେ ଦୃଢ଼ତାର ସହିତ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମିଡ଼ିଆ ସେଲ ଅଧକ୍ଷ ଗଣେଶ ପ୍ରସାଦ ମହାନ୍ତି, ମହିଳା ମୋର୍ଚ୍ଚା ସଭାପତି କ୍ରିଷ୍ଣା ମହାନ୍ତି, ନଗର ସଭାପତି ଅକ୍ଷୟ କୁମାର ପାତ୍ର, ଜିଲ୍ଲା ଉପ ସଭାପତି ସୌଭାଗ୍ୟ ମହାନ୍ତି, ହୃଷିକେଶ ନନ୍ଦ ପ୍ରମୁଖ ସଭା କାର୍ଯ୍ୟରେ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ବୃକ୍ଷ ରୋପଣ କରିଥିଲେ। ତେବେ ଆଜିର ଏହି ଜଗତସିଂହପୁର ଲୋକସଭା ସ୍ତରୀୟ କାର୍ଯ୍ୟକ୍ରମ ରେ ଜଗତସିଂହପୁର, ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା -ଏରସମା, କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସଭାପତି,ସମସ୍ତ ବିସ୍ତାରକ ମଣ୍ଡଳର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ସଭା ଶେଷରେ ଶ୍ରୀ ଚୌହାନ ମା ଶାରଳାଙ୍କ ଦର୍ଶନ ପାଇଁ କନକପୁର ଯାତ୍ରା କରିଥିଲେ। ସଭା ଶେଷରେ ପୂର୍ବତନ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ।
ଜଗତସିଂହପୁରରେ ବିଜେପି ନେତା ଶିବରାଜ ସିଂ ଚୌହାନ
