ବିଜେଡି ବିଧାୟକଙ୍କ ଟେଣ୍ଡର ଫିକ୍ସିଂରେ ସଂପୃକ୍ତି ପ୍ରତିବାଦରେ ଜିଲା ଯୁବ ଓ ଛାତ୍ର କଂଗ୍ରେସର କୁଶପୁତଳିକା ଦାହ

କେନ୍ଦ୍ରାପଡ଼ା ୧୦/୦୧/୨୦୨୪ (ଓଡ଼ିଶା ସମାଚାର)- ରାଜନଗରର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଟେଣ୍ଡର ଫିକ୍ସିଂରେ ସଂପୃକ୍ତିକୁ ନେଇ ଜିଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଅପରାହ୍ନରେ ତିନିମୁହାଣି ଛକରେ ବିଧାୟକ ଶ୍ରୀ ସାହୁଙ୍କ କୁଶ ପୁତଳିକା ଦାହ କରାଯାଇଛି । ବିଧାୟକ ଶ୍ରୀ ସାହୁଙ୍କୁ ବିଧାୟକ ପଦରୁ ବହିଷ୍କାର କରାଯିବା ସହିତ ତାଙ୍କ ବିରୁଦ୍ଧରେ ଫୈାଜଦାରୀ ମାମଲା ରୁଜୁ କରାଯିବା ପାଇଁ ଜିଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ବେହେରା, ଜିଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର, କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ସଭାପତି ରତିକାନ୍ତ ସାମଲ, ସାର୍ଥକ ମହାପାତ୍ର, ସେକ ଅମୀର, ନରେଶ ଜେନା, ଅଭୟ ଦାସ, କବିର ଖାନ, ମୁମତାଜ ଅଲ୍ଲୀ, ସୁଜିତ ଦାସ, ପ୍ରଦୀପ ବିଶ୍ୱାଳ, ଦେବାଶିଷ ମହାନ୍ତି, ସମୀର ଜେନା ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *