ଲାଲ ଫାର୍ମ ରେଢ଼ୁଆ ଠାରେ ବିହନ ଉତ୍ପାଦନ ଉପରେ ଏକ ଜାତୀୟ ସ୍ତରର କର୍ମଶାଳା

ରଘୁନାଥପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆ ଠାରେ ଥିବା ଲିଭ ଆଣ୍ଡ ଲେଟ ଲିଭ (ଲାଲ) ହରିଶ୍ଚନ୍ଦ୍ର ଭୂୟାଁ କ୍ୟାମ୍ପସ ୨ ଠାରେ ଆସାମ ସରକାରଙ୍କର ବ୍ୟବସ୍ଥାରେ ୯ ଜଚ୍ଚିଆ ପ୍ରତିନିତଧି ଦଳ ୩ ଦିନିଆ ପ୍ରଶିକ୍ଷଣ ନେବା ପାଇଁ ରେଢ଼ୁଆ ଲାଲ ଫାର୍ମରେ ପହଂଚିଛନ୍ତି । ଏହି ୯ ଜଣିଆ ଦଳ ମଧ୍ୟରେ ଆସାମ ସରକାର ରାଜ୍ୟ ବିହନ ନିଗମର ୬ଜଣ କର୍ମଚାରୀ ଓ ୩ ଜଣ କୃଷକ ଉତ୍ପାଦକ ସଂଗଠନର କାର୍ଯ୍ୟନିର୍ବାହୀ ଯୋଗ ଦେଇଛନ୍ତି । ଧାନ ବିହନ ଉପôାଦନ, ପ୍ରକ୍ରିୟାକରଣ ଓ ବଜାରୀ କରଣ କରିବା ବିଷୟରେ ଏହି ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଛି । ଗତକାଲି ପ୍ରଶିକ୍ଷଣର ପ୍ରାରମ୍ଭିକ ଦିନରେ ପ୍ରଶିକ୍ଷାର୍ଥିମାନଙ୍କୁ ଲାଲ ସଂଗଠନ ତରଫରୁ ସମ୍ବର୍ନ୍ଧନା କରାଯାଇଥିଲା । ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାସ ପୂର୍ବତନ ଜିଲା କୃଷି ଅଧିକାରୀ ପ୍ରଶିକ୍ଷଣ ଶିବିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଲାଲ ର ସମ୍ପାଦକ ଶ୍ରୀଯୁକ୍ତ କ୍ଷେତ୍ରମୋହନ ବେହେରାଙ୍କ ସ୍ୱାଗତ ଭାଷଣ ପରେ ଡ଼ ସତ୍ୟ ରଂଜନ ଦାସ ପ୍ରଫେସର ଓୟୁଏଟି , ଶ୍ରୀମନ୍ତ ମହାନ୍ତି ଓୟୁଏଟି ର ବିହନ ବିଭାଗ ମୁଖ୍ୟ ଓ ଶ୍ରୀଯୁକ୍ତ ସୁକାନ୍ତ କୁମାର ଜେନା ପୂର୍ବତନ ତୃଣ ଅଧିକାରୀ ଓଡ଼ିଶା ସରକାର ସେମାନଙ୍କ ବକ୍ତବ୍ୟ ପ୍ରଶିକ୍ଷାର୍ଥି ମାନଙ୍କୁ ପିପିଟି ମାଧ୍ୟମରେ ପଢ଼ାଇଥିଲେ । ଅପରାହ୍ନରେ ଶ୍ରୀମତୀ କାଦମ୍ବିନୀ ବେହେରା, ଅବନୀ ବେହେରା ଓ ସୁଧିରଂଜନ ବାରିକ ଲାଲା ର ପିଓର ଲାଇନ ଫିଲ୍ଡରେ ଭାରତ ସରକାରଙ୍କ ତରଫରୁ ମିଳିଥିବା ୭ ଟି ଚାଷୀ ଉଦଭାବିତ ଧାନ ପ୍ରଜାତି ବିଷୟରେ ବୁଝାଇଥିଲେ । ୧୯ ତାରିଖରେ ଶ୍ରୀଯୁକ୍ତ ଗୁରୁ ଚରଣ ତ୍ରିପାଠୀ ଅବସରପ୍ରାପ୍ତ ଜେଡ଼ିଏ ରୋଗ ଓ ପୋକ ବିଷୟରେ ଶ୍ରୀଯୁକ୍ତ ସିଦାନନ୍ଦ ପଣ୍ଡା ବିହନ ପ୍ରମାଣି କରଣ ବିଷୟରେ ଓ ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ପଣ୍ଡା ବିହନ ଉତ୍ପାଦନ ବିଷୟରେ ପ୍ରଶିକ୍ଷାର୍ଥିଙ୍କୁ ପିପିଟି ମାଧ୍ୟମରେ ଶିକ୍ଷା ଦେଇଥିଲେ । ଅପରାହ୍ନରେ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଓ ପୂର୍ଣ୍ଣ ଚନ୍ଦ୍ର ସେଠୀ ଧାନ ବିହନର ପ୍ରକ୍ରିୟା କରଣ ଉପରେ ପିପିଟି ମାଧ୍ୟମରେ ଡ଼େମନଷ୍ଟ୍ରେସନ୍ କରାଇଥିଲେ । ଶ୍ରୀଯୁକ୍ତ ଏକାଦଶି ନନ୍ଦୀ ପୂର୍ବତନ ରାଜ୍ୟ ବିହନ ପ୍ରମାଣି କରଣ ଅଧିକାରୀ ଧାନ ବିହନର ବଜାର କିପରି ସମାପନ ହେବ ସେ ବିଷୟରେ ପ୍ରଶିକ୍ଷଣ ଦେବା ସହିତ ଶ୍ରୀଯକ୍ତ ବିଜୟ କୁମାର ସାହୁ ସେଆ ବିଶ୍ୱ ବିଦ୍ୟାଳୟର ଡ଼ିନ୍ ବାସନା ଧାନର ଉତ୍ପାଦନ ଓ ଏହାର ବଜାରୀ କରଣ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଶେଷରେ ସମସ୍ତ ପ୍ରଶିକ୍ଷାର୍ଥିମାନେ ତାଙ୍କ ନିଜ ନିଜ ପ୍ରଶିକ୍ଷଣ ଶିବିରର ଅନୁଭବ ବିଷୟରେ ନିଜସ୍ୱ ମତ ରଖିଥିଲେ । ପ୍ରକାଶ ଥାଉକି ଲାଲ ସଂଗଠନ ଗତ ୨୨ ବର୍ଷ ହେବ କୃଷି ଓ କ୍ୟଷକର ଉନ୍ନତି ପାଇଁ ବିହନ ଉ୍ତପାଦନ , ପ୍ରକି୍ରୟାକରଣ, ବଜାରୀ କରଣ ଓ ନୂଆ ଧାନ ବିହନ ଉପôାଦନ କାର୍ଯ୍ୟ କରୁଅଛି । ସମସ୍ତ ପ୍ରଶିକ୍ଷାର୍ଥି ମାନଙ୍କୁ ଲାଲ ସଂଗଠନ ତରଫରୁ ୫ କିଲୋ ଲେଖା ବ୍ୟାଗର ଲାଲ ବାସନା ଧାନ ଉପହାର ଦିଆଯାଇଥିଲା । ପ୍ରଶିକ୍ଷଣ ଶିବିର ଶେଷରେ ସଂଜିତବ କୁମାର ରାୟ ଉଭୟ ପ୍ରଶିକ୍ଷାର୍ଥି , ପ୍ରଶିକ୍ଷକ ଓ ଆସାମ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *